ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏମିତି ଜଣେ ସିଙ୍ଗର ଯେ ନିଜ ଗୀତରେ ସମସ୍ତଙ୍କୁ ମତୁଆଲା କରୁଛନ୍ତି। ତାଙ୍କ ପ୍ରଥମ ଗୀତରୁ ହିଁ ତାଙ୍କର ଅନେକ ଫ୍ୟାନ୍‌। ତେବେ ତାଙ୍କ ଲାଗି ପେସା ହେଉଛି ଇଞ୍ଜିନିୟରିଂ ମାତ୍ର ତାଙ୍କ ନିଶା ସବୁବେଳେ ମ୍ୟୁଜିକ୍‌। ସେ ହେଉଛନ୍ତି ଓଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ଓ ଟାଲେଣ୍ଟେଡ ସିଙ୍ଗର ସ୍ୱୟମ୍‌ ପାଢୀ।

ସ୍ୱୟମ୍‌ଙ୍କ ଘର ବ୍ରହ୍ମପୁରରେ ସେ ପିଲାବେଳୁ ହିଁ ସଙ୍ଗୀତକୁ ଭଲପାଆନ୍ତି। ସ୍ୱୟମ୍‌ଙ୍କୁ ଲୋକେ ସ୍କୁଲରୁ ହିଁ ଜାଣିଥିଲେ। ‘ଶରଧାବାଲିରେ ମୁଁ ପାରୁନି ଚାଲି’ ଗୀତଟିକୁ ଗାଇ ସେ ସ୍କୁଲ ଲାଇଫରେ ଅନେକ ପୁରସ୍କାର ଜିତିଛନ୍ତି।

ସ୍ୱୟମ୍‌ ଦଶମ ଶ୍ରେଣୀ ଯାଏଁ ଗୀତ ପ୍ରାକ୍ଟିସ୍‌ କରୁଥିଲେ ମାତ୍ର ତାପରେ ସେ ତାଙ୍କ ପଢ଼ାକୁ ଅଧିକ ଧ୍ୟାନ ଦେଇଥିଲେ। ସେ ପ୍ଲସ ଟୁ ପରେ ଇଞ୍ଜିନିୟରିଂ ପଢ଼ା ଆରମ୍ଭ କରିଥିଲେ। ମାତ୍ର ପଢ଼ା ମଝିରେ ପୁଣିଥରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ଶିଖିବିଥିଲେ। ସେ ୪ବର୍ଷ ଓଡ଼ିଶୀ ଭୋକାଲର କୋର୍ସ ବି କରିଛନ୍ତି।

ପାଠ ପଢ଼ିବା ପରେ ସେ ଏକ ଭଲ ସପ୍ଟୱେୟାର କମ୍ପାନିରେ ଏବେ କାମ କରୁଛନ୍ତି। ଉଭୟ ଚାକିରୀ ଓ ଗୀତକୁ ସେ ଗୁରୁତ୍ୱ ଦିଅନ୍ତି। ସ୍ୱୟମ୍‌ କୁହନ୍ତି ସିଙ୍ଗର ବନିବା ପଛରେ ତାଙ୍କ ମାଙ୍କର ଭୂମିକା ଅନେକ ଅଛି।

ସ୍ୱୟମ୍‌ଙ୍କୁ ଓଲିଉଡ୍‌ର ପ୍ରଥମ ସୁଯୋଗ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର। ଏହା ପୂର୍ବରୁ ସେ ନିଜେ ଅନେକ ମ୍ୟୁଜିକାଲ ଭିଡିଓ ବନାଇଛନ୍ତି। ସ୍ୱୟମ୍‌ଙ୍କୁ ତାଙ୍କ ପ୍ରଥମ ଗୀତ ଅନେକ ସଫଳତା ଦେଇଥିଲା। ଯାହାପରେ ସେ ଅନେକ ଗୀତ ଗାଇଲେଣି। ପ୍ରାୟତଃ ସମସ୍ତ ଗୀତ ସ୍ୱୟମ୍‌ଙ୍କର ହିଟ୍‌ ଅଟେ। ସ୍ୱୟମ୍‌ଙ୍କ ଫ୍ୟାନ୍‌ ମାନେ କୁହନ୍ତି ରୋମାଣ୍ଟିକ୍‌ ଗୀତ ସେ ଭଲଗାଇପାରନ୍ତି।

ସ୍ୱୟମ୍‌ଙ୍କ ସଙ୍ଗୀତର ସଫର ଚାଲିଛି ତାଙ୍କୁ ଅନେକ ସଫଳତା ବି ମିଳୁଛି। ସ୍ୱୟମ୍‌ ଇପସିତାଙ୍କୁ ବିବାହ କରିଛନ୍ତି। ସେ ମଧ୍ୟ ଏକ ସଫ୍ଟୱେୟାର କମ୍ପାନିରେ କାମ କରନ୍ତି। ପତ୍ନୀ ସବୁବେଳେ ସ୍ୱୟମ୍‌ଙ୍କୁ ସପୋର୍ଟ କରିଥାନ୍ତି।

LEAVE A REPLY

Please enter your comment!
Please enter your name here