ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ଜଣେ ପରିଚିତ କଣ୍ଠଶିଳ୍ପୀ ସୁବାସ ଦାସ। ୫ ଶହରୁ ଅଧିକ ଗୀତ ଗାଇ ସୃଷ୍ଟି କରିଛନ୍ତି ନିଆରା ପରିଚୟ। ସେ ଓଡ଼ିଆ, ବଙ୍ଗଳା ସମେତ ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି।

ଆଧୁନିକ, ଭଜନ ଏବଂ ଦେଶାତ୍ମବୋଧ ଗୀତ ଗାଇଛନ୍ତି ସୁବାସ ଦାସ। ତେବେ ଆଧୁନିକ ଗୀତ ତାଙ୍କର ଭାରି ପସନ୍ଦ।

“ମୁଁ ଭକ୍ତି ସଙ୍ଗୀତ ଗାଏ। ଉଭୟ ଭକ୍ତି ସଙ୍ଗୀତ ଏବଂ ଆଧୁନିକ ଗୀତ ପାଇଁ ଭାବ ଦରକାର। କିନ୍ତୁ ମୋର ଆଧୁନିକ ଗୀତ ପସନ୍ଦ”, ଓଡ଼ିଶାଲାଇଭର ସାକ୍ଷାତକାରରେ କହିଛନ୍ତି ସୁବାସ ଦାସ।

ଓଡ଼ିଶାଲାଇଭର ସାକ୍ଷାତକାରରେ ନିଜ ସଙ୍ଗୀତ ଜୀବନ ଯାତ୍ରାକୁ ନେଇ ଅନେକ କଥା କହିଛନ୍ତି କଣ୍ଠଶିଳ୍ପୀ ସୁବାସ ଦାସ। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Singer #OdiaSinger #Ollywood #SubashDas #Interview #Odisha

Comment