ଓଡ଼ିଶାଲାଇଭ୍ ବ୍ୟୁରୋ

‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ, ବାଲିରେଣୁ ମହାବନ୍ଧ, ‘କୃଷ୍ଣ କଥା ଦିନେ ପଡ଼ିଗଲା ମନେ’, ‘ନାମରେ ଆସିଛି, ନାମରେ ମୁଁ ଯିବି…’ ଓ ‘ହେ ଚକାନୟନ..’,  ଏଭଳି ଅନେକ ଭାବପୂର୍ଣ୍ଣ ଭଜନ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ପବିତ୍ର ନୀଳାଦ୍ରି ବିଜେ ଅବରସରେ ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନାଲରେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ ‘ଭଜି ଭଜି ତୋ ନାମ ଚକାନୟନ…’। 

‘ଭଜି ଭଜି ତୋ ନାମ ଚକାନୟନ..’ ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ। ଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଶ୍ରୁତିମଧୂର। ଏହି ଭଜନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦିନେ ନଦେଖିଲେ ଦିନ ସରେ ନାହିଁ ବୋଲି ନିଜର ମନକଥା ଜଣାଉଛନ୍ତି ଶାନ୍ତିଲତା। କେତେ ବେଳେ ଜଗନ୍ନଥଙ୍କ ନାମ ଭଜି ଭଜି ଜୀବନ ଚାଲିଯାଉ ବୋଲି ଗୁହାରି କରୁଛନ୍ତି ତ କେତେବେଳେ ନିଜ ଜୀବନକୁ କାଳିଆ ହାତରେ ଟେକି ଦେଇ ସବୁ ଭଲ ମନ୍ଦ ବୁଝିବାର ଦାୟିତ୍ଵ ଦେଉଛନ୍ତି। ସବୁ ଭଜନରେ ସେ କାଳିଆ ସାଆନ୍ତଙ୍କ ନିକଟରେ ନିଜ ଜୀବନକୁ ସମର୍ପଣ କରିଦେଇଛନ୍ତି।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

Tags: #RathYatra #RathaJatra2024 #ShantilataBarikChhotray #OdiaBhajana #OdiaSong #Singer #ClassicalMusic

Comment