ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସାରା ଦେଶ କରୁଛି ‘ଅଭିନନ୍ଦନ’।

“ଅଭିନନ୍ଦନର ଅର୍ଥ ସ୍ୱାଗତମ୍। ହେଲେ ଏବେ ଅଭିନନ୍ଦନର ଅର୍ଥ ବଦଳିଯିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପାକିସ୍ତାନରେ ତିନି ଦିନ ରହିବା ପରେ ଶୁକ୍ରବାର ରାତିରେ ଭାରତ ଫେରିଛନ୍ତି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ଅଭିନନ୍ଦନଙ୍କୁ ସାରା ଦେଶ ସ୍ୱାଗତ କରିଥିଲା। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍‍ୟ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଅଭିନନ୍ଦନଙ୍କୁ ପ୍ରଶଂସା କରିଥିଲେ।

“ହିନ୍ଦୁସ୍ତାନ ଆଜି ଯାହା ବି କରୁଛି ତାକୁ ସାରା ବିଶ୍ୱ ଦେଖୁଛି। ଭାରତ ପାଖରେ ଏଭଳି ତାକତ ଅଛି ଯାହା ଡିକ୍ସିନାରୀରୁ ଶବ୍ଦର ଅର୍ଥ ବଦଳାଇ ଦେଉଛି। ଅଭିନନ୍ଦନର ଅର୍ଥ ଡିକ୍ସିନାରୀରେ ଥିଲା ସ୍ୱାଗତମ୍। କିନ୍ତୁ ଏବେ ଏହାର ଅର୍ଥ ବଦଳିଯିବ”, କହିଛନ୍ତି ମୋଦି।

ଗତ ୨୭ରେ  ପାକିସ୍ତାନର ଲଢ଼ୁଆ ବିମାନ ଏଫ୍‌-୧୬ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଏହାକୁ କଡ଼ା ଜବାବ ଦେଇଥିଲା ଭାରତୀୟ ବାୟୁସେନା। ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମିଗ୍‌ ବିମାନ ଚଳାଇ ପାକିସ୍ତାନ ବିମାନକୁ ମାରି ଖସାଇ ଦେଇଥିଲେ।

ଏହାପରେ ଅଭିନନ୍ଦନଙ୍କ ବିମାନରେ ତ୍ରୁଟି ଦେବାଖାଦେବାରୁ ସେ ପାରାଚ୍ୟୁଟ ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ। ପରେ ଭାରତୀୟ ବାୟୁସେନାର ବିମାନ କ୍ରାସ୍ ହୋଇଯାଇଥିଲା।

ଅଭିନନ୍ଦନ ପାକିସ୍ତାନରେ ସୀମାରେ ପଡ଼ିଥିଲେ। ତାଙ୍କୁ ପାକ୍‌ ସେନା ଗିରଫ କରିଥିଲା। ତିନି ଦିନ ପରେ ଅଭିନନ୍ଦନଙ୍କୁ ପାକିସ୍ତାନ ଭାରତ ଛାଡ଼ିଥିଲା।

Comment