ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନରେ ଭିତରେ ଏବେ ବି ଉତ୍ତେଜନା ଲାଗି ରହିଛି। ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ପୁଞ୍ଛ ଓ ରାଜୌରି ଜିଲ୍ଲାରେ ୪୦୦ ଅତିରିକ୍ତ ବଙ୍କର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଦୁଇ ଜିଲ୍ଲାରେ ଏକ ମାସ ଭିତରେ ୪୦୦ ବଙ୍କର ନିର୍ମାଣ କରାଯିବ।

ଗତ ପାଞ୍ଚ ଦିନରେ ପାକ୍‌ ପକ୍ଷରୁ ଗୁଳି ବର୍ଷଣ ଜାରି ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗୋଟିଏ ମାସ ଭିତରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୀମାରେ ଗୁଳି ବିନିମୟ ଚାଲିଥିଲାବେଳେ ଲୋକେ ସୁରକ୍ଷା ପାଇଁ ବଙ୍କର ମଧ୍ୟରେ ଆଶ୍ରୟ ନେଇଥାନ୍ତି। ସଂପୃକ୍ତ ଜିଲ୍ଲାରେ ଆତଙ୍କବାଦୀଙ୍କ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରାୟତଃ ସବୁଦିନ ଗୁଳି ବିନିମୟ ଚାଲିଛି। ଏଥିରେ ସ୍ଥାନୀୟ ଲୋକ ମଧ୍ୟ ପ୍ରାଣ ହରାଉଛନ୍ତି।

 

LEAVE A REPLY

Please enter your comment!
Please enter your name here