ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ସମସ୍ତଦଳ ଏବେ ନିଜ ନିଜ ରଣନୀତି ଆରମ୍ଭ କରିଦେଇଛନ୍ତି। ବିଜେପି ବୁଥସ୍ତରରୁ ଲୋକଙ୍କସହ ଆଲୋଚନା କରିବା ଆରମ୍ଭ କରିଛି। ସେହିକ୍ରମରେ ନବରଙ୍ଗପୁର ବିଧାନସଭା ମଣ୍ଡଳୀରେ ବିଜେପିର ବୁଥ ସ୍ତରୀୟ ବିଜୟ ସଂକଳ୍ପ ଶୋଭାଯାତ୍ରା ଆରମ୍ଭ ହୋଇଛି।

ସ୍ଥାନୀୟ ଚାମୁରିଆଗୁଡା ଠାରୁ ବାହାରି ଗାନ୍ଧିଛକ , ମାଝୀଗୁଡା , ପଡ଼ାଲଗୁଡା , ଦସହରାପଦା ଦେଇ ଶ୍ରୀ କଲ୍ୟାଣିମଣ୍ଡପ ଠାରେ ପହଞ୍ଚିଥିଲା ଏହି ଶୋଭାଯାତ୍ରୀ।ଜିଲ୍ଲା ଉପ ସଭାପତି ଗଦାଧର ତ୍ରିପାଠୀ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ଭାଜପା ର ବିପୁଳ ବିଜୟ ପାଇଁ ନେତା ଓ କର୍ମୀଙ୍କୁ ସଂକଳ୍ପ କରାଇଥିଲେ।

ଏହି ସଂକଳ୍ପ ଶୋଭାଯାତ୍ରାରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାସ , ମୃତ୍ୟୁଞ୍ଜୟ ଦାସ ,ଯୁବ ନେତା ଗୌରୀ ମାଝୀ ,  ବୁଲୁ ତ୍ରିପାଠୀ , ଶିରୁ ପାତ୍ର , ଦିବାକର ପୂଜାରୀ , ଅନନ୍ତ ପଣ୍ଡା , ସଂଜୀବ ନନ୍ଦ , ମୃତ୍ୟୁଞ୍ଜୟ ମହାରଣା ,ସାନୁ ପାଢ଼ୀ ,  ଅରୁଣ ପୂଜାରୀ , ଦେବୀ ପ୍ରସାଦ ମହାପାତ୍ର , ଜାନକୀ ବିଶୋଇ , କାଶୀନାଥ ଦାସ ପ୍ରମୁଖ ଯୋଗଦେଇଥିବା ବେଳେ ରାଇଘର , ଡାବୁଗାଁ ଏବଂ ପାପଡାହାଣ୍ଡି ରେ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ ,ପର୍ଶୁରାମ ମାଝୀ , ଜୟନ୍ତ ପାତ୍ର , କୁଞ୍ଜ ଦାସ , ଦିବାନ ସିଂ ଙ୍କ ସମେତ ଶତାଧିକ ଭାଜପା କର୍ମୀ ଯୋଗ ଦେଇଥିଲେ।

Comment