ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ୱେବସାଇଟ୍ ମଙ୍ଗଳବାର ହ୍ୟାକ୍‌ ହୋଇଛି। ସୋସିଆଲ ମିଡିଆରେ ଲୋକେ ଏ ନେଇ ବାରମ୍ବାର ଆଲୋଚନା କରୁଛନ୍ତି, ଭିନ୍ନ ଭିନ୍ନ କମେଣ୍ଟ ବି ରଖୁଛନ୍ତି। ଲୋକେ ବିଜେପରି ୱେବସାଇଟ୍ ଯାହା ରହିଛି କି bjp.orgକୁ ଲଗ୍‌ ଇନ୍‌ କଲେ ତାହା ଏବେ ଡାଉନ ଅଛି।

ଟୁଇଟର ପେଜରେ କିଛି ଫଟୋ ପୋଷ୍ଟ କରାଯାଇଛି ଯେଉଁଥିରେ ବିଜେପିର ୱେବସାଇଟ୍ ହ୍ୟାକ୍‌ ହେବା ସହ ସେଥିରେ ମୋଦିଙ୍କର କିଛି ଫଟୋ ଦେଖିବାକୁ ମିଳିଛି। କିଛି ଅଶ୍ନୀଳ ଶବ୍ଦ ମଧ୍ୟ ସେଥିରେ ଲେଖାଯାଇଥିବା ଦେଖିବାକୁ ମିଳିଛି। ତେବେ ଏ ନେଇ ଭାରତୀୟ ଜନତା ପାର୍ଟି ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Comment