ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀରକୁ ଆକର୍ଷକ କରିବା ପାଇଁ ଆଜିକାଲିର ଯୁବତୀ ଓ ମହିଳାମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଖାଇବା କମ୍ କରିବା ସହ ଜିମ୍ ଯାଇଥାନ୍ତି। କିନ୍ତୁ ଏହାର କୁ-ପ୍ରଭାବ ବିଷୟରେ କେହି ଭାବନ୍ତି ନାହିଁ। ନ୍ୟୁୟର୍କରେ ରହୁଥିବା ଷ୍ଟେଫନୀ ୧୩ବର୍ଷ ବୟସରୁ ଯେଉଁ ଭୁଲ କରିଥିଲେ, ତାହାର ପରିଣାମ ଏବେ ଭୋଗୁଛନ୍ତି।

ସୂଚନା ମୁତାବକ, ଷ୍ଟେଫନୀ ୧୩ବର୍ଷ ବୟସରୁ ଜିରୋ ଫିଗର କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଯେଉଁଥିପାଇଁ ସେ ସକାଳ ଏବଂ ମଧ୍ୟାହ୍ନର ଭୋଜନ ଛାଡ଼ି ଦେଇଥିଲେ। ଧୀରେ ଧୀରେ ସେ ପତଳା ହେବାକୁ ଲାଗିବା ସହ ୧୭ବର୍ଷ ବୟସରେ ତାଙ୍କ ଶରୀରର ଆକାରକୁ ନେଇ ଲୋକେ ପ୍ରଶଂସା କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କୁ ଜଣା ନଥିଲା, ସେ କେଉଁ ଗମ୍ଭୀର ରୋଗର ଶିକାର ହେବାକୁ ଯାଉଛନ୍ତି।

କିଛି ଦିନ ପରେ ତାଙ୍କୁ ଏନୋରେକ୍ସିଆ ରୋଗ ହୋଇଥିବା ସାମ୍ନାକୁ ଆସିଥିଲା। ଏହି ରୋଗ ହେଲେ, ରୋଗୀଙ୍କୁ ଖାଦ୍ୟ ଖାଇବାକୁ ଡ଼ର ଲାଗିଥାଏ ଏବଂ ଓଜନ ଖୁବ୍ ଶୀଘ୍ର କମିବାକୁ ଲାଗିଥାଏ। ଏହି ରୋଗ ହୋଇଥିବାରୁ ଷ୍ଟେଫନୀ ଧୀରେଧୀରେ ଖାଇବା ବନ୍ଦ କରିଦେବା ସହ ତାଙ୍କ ଶରୀରର ହାଡ଼ ବାହାରକୁ ଦିଶିବାକୁ ଲାଗିଥିଲା।

ଯାହା ବି ଖାଇଲେ ମୋଟା ହୋଇଯିବାର ଡ଼ର ମନକୁ ଆସୁଥିଲା ବୋଲି କହିଛନ୍ତି ଷ୍ଟେଫନୀ। ରୋଗ ବିଷୟରେ ଜଣା ପଡ଼ିବା ପରେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ଆମେରିକାର ଷ୍ଟେଟ ମେସାଚୁଷ୍ଟେସ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଧୀରେଧୀରେ ଉନ୍ନତି ହେଉଥିବାର ଡାକ୍ତର କହିଛନ୍ତି।

Comment