ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ରେ ବଲିଉଡର କେତେକ କଳାକାର କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଛନ୍ତି। ଏହି ଖବର ତାଙ୍କ  ଫ୍ୟାନ୍ସମାନଙ୍କୁ ଗଭୀର ଦୁଃଖ ପହଞ୍ଚାଇଥିଲା

୨୦୧୮ ସରିବାକୁ ଆଉ କମ ଦିନ ରହିଛି। ୨୦୧୮ରେ ଦେଶରେ କିଛି ଭଲ ଘଟଣା ଘଟିଥିଲେ ମଧ୍ୟ କିଛି ମନ୍ଦ ଘଟଣା ଘଟିଛି। ଯେଉଁ ଖବର ଅନେକଙ୍କ ମନରେ ଦୁଃଖ ଦେଇଛି। ଚଳିତ ବର୍ଷ ବଲିଉଡର କିଛି ଷ୍ଟାର କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଛନ୍ତି।

ସୋନାଲି ବେନ୍ଦ୍ରେ

ଏହି ତାଲିକାରେ ସବୁଠାରୁ ପ୍ରଥମ ନାମ ଆସୁଛି ସୋନାଲି ବେନ୍ଦ୍ରେ। ଚଳିତ ବର୍ଷ ଜୁଲାଇ ୪ରେ ସୋସିଆଲ ମିଡିଆ ଜରିଆରେ ସୋନାଲି ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ଖବର ଦେଇଥିଲେ। ସେ ନ୍ୟୁୟର୍କରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଇରଫାନ ଖାନ

ବଲିଉଡର ଲୋକପ୍ରିୟ କଳାକାର ଇରଫାନ ବି କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଛନ୍ତି। ସେ ଏବେ ଲଣ୍ଡନରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତହିରା କଶ୍ୟପ

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତହିରା କଶ୍ୟପ କ୍ୟାନ୍‌ସର ରୋଗରେ ପୀଡ଼ିତ ଅଛନ୍ତି। ସେ ଏବେ କ୍ୟାନ୍‌ସରର ଚିକିତ୍ସା କରୁଛନ୍ତି।

ସୁଜାତା କୁମାର

୨୦୧୮ରେ ହିଁ ବଲିଉଡ ଅଭିନେତ୍ରୀ ସୁଜାତା କୁମାରଙ୍କ ମୃତ୍ୟୁ ଘଟିଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ଥଲେ। ଇଂଲିଶ ଭିଂଲିଶ ଫିଲ୍ମରେ ସେ ଶ୍ରୀଦେବୀଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ।

Comment