ଓଡ଼ିଶାଲାଇଭ୍ ବ୍ୟୁରୋ

ହାଓଡି ମୋଦୀ କାର୍ଯ୍ୟକ୍ରମ ପରେ ସୋମବାର ମିଳିତ ଜାତିସଂଘର ୭୪ତମ ଅଧିବେଶନରେ ଯୋଗ ଦେଇ ଉଦବୋଧନ ଦେବେ ମୋଦୀ। ନ୍ୟୁୟର୍କରେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ‘ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ’କୁ ସମ୍ବୋଧିତ କରିବେ ମୋଦୀ।

ଏହି ଅଧିବେଶନରେ ଭାରତର ପ୍ରଧାନମମନ୍ତ୍ରୀ ପ୍ରଥମେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆୟୋଜିତ ସମ୍ମିଳନୀରେ  ୬୩ ଦେଶର ପ୍ରତିନିଧି ଯୋଗ ଦେବେ।

ଏଥିସହିତ ଆମେରିକା ଗସ୍ତ ଅବସରରେ ପରିବେଶ ଓ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ। ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତକୁ ଉପସ୍ଥାପନ କରିବେ ମୋଦୀ।

Comment