ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଉ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ମଞ୍ଜରୀ ମିଳିଛି। ଓଡ଼ିଶାର ୩ଟି ଜିଲ୍ଲାରେ ଚାରୋଟି କେନ୍ଦୀୟ ବିଦ୍ୟାଳୟ ଖୋଲାଯିବ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଓ ଆନନ୍ଦପୁର, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡ଼ା ଜିଲ୍ଲାର ଗୁଣପୁରଠାରେ ଏହି ସ୍କୁଲ ଖୋଲାଯିବ।
ଉନ୍ନତ ଶିକ୍ଷା ଯୋଗାଇଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ସାରା ଦେଶରେ ମୋଟ ୫୦ଟି ନୂତନ କେନ୍ଦୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି କ୍ରମରେ ଓଡ଼ିଶାରେ ୪ଟି ସେଣ୍ଟ୍ରାଲ ସ୍କୁଲ ଖୋଲିବା ପାଇଁ ମଞ୍ଜୁରୀ ମିଳିଛି।

ଏନେଇ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ଜେଟଲୀ କହିଛନ୍ତି ଏ ସମସ୍ତ ବିଦ୍ୟାଳୟ କେନ୍ଦ୍ରୀୟ ପୋଲିସ ବଳ ଓ ରେଲ୍ୱେ କର୍ମଚାରୀ ରହୁଥିବା ଅଞ୍ଚଳରେ ନିର୍ମାଣ କରାଯିବ।


















