ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଝିଅ ପ୍ରିୟଙ୍କା ହେଲେ ଆୟରଲ୍ୟାଣ୍ଡସ୍ଥିତ ସିଟିଜେଟ୍‌ ବିମାନ କମ୍ପାନିର ପ୍ରଥମ ମହିଳା ଏୟାରକ୍ରାପ୍ଟ ଇଞ୍ଜିନିୟର। 

ଆଜି ସାରା ବିଶ୍ୱ ଅର୍ନ୍ତ୍ରଜାତୀୟ ମହିଳା ଦିବସ ପାଳନ କରୁଛି। ଏହି ଅବସରରେ ଆମେ ଆଜି ଏମିତି ଜଣେ ମହିଳାଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କ ସଫଳତା କେବଳ ଭାରତରେ ନୁହଂ ବରଂ ବିଦେଶରେ ମଧ୍ୟ ପ୍ରଶଂସା ପାଇବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଇଛି।

ସେମିତି ଜଣେ ପ୍ରେରଣାଦାୟୀ ମହିଳା ହେଉଛନ୍ତି ପ୍ରିୟଙ୍କା ମିଶ୍ର। ଯାହାଙ୍କ ଜନ୍ମ କୋଲକାତାରେ। ଏବେ ସେ ଏକ ବିଦେଶୀ କମ୍ପାନୀ(ସିଟି ଜେଟ୍‌)ରେ ଏୟାରକ୍ରାପ୍ଟ ଇଞ୍ଜିନିୟର ଭାବେ ଦାୟିତ୍ୱ ତୁଲାଉଛନ୍ତି।

ପ୍ରିୟଙ୍କା ହେଉଛନ୍ତି ପ୍ରଥମ ମହିଳା ଏୟାରକ୍ରାପ୍ଟ ଇଞ୍ଜିନିୟର ଯେ ସିଟି ଜେଟରେ କାମ କରୁଛନ୍ତି। ସିଟି ଜେଟ୍‌ କମ୍ପାନି ତରଫରୁ ବିଶ୍ୱ ଅର୍ନ୍ତ୍ରଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରିୟଙ୍କାଙ୍କର ଏକ ଭିଡ଼ିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ପ୍ରିୟଙ୍କା ନିଜ ଜୀବନ ବାବଦରେ କିଛି କହିଛନ୍ତି।

ପିଲାବେଳୁ ଏହା ମୋର ଇଛା ଥିଲା

ପ୍ରିୟଙ୍କା କହିଛନ୍ତି ମୋର ପିଲାବେଳୁ ଇଛା ଥିଲା କି ମୁଁ ଜଣେ ଏରୋନେଟିକାଲ୍‌ ଇଞ୍ଜିନିୟର ହେବି। ସେଥିଲାଗି ମୁଁ ଏହି ବିଷୟରେ ମୋର ବିଟେକ ପାଠ୍ୟକ୍ରମ ସାରିଲି ତାପରେ ଏ ନେଇ ତାଲିମ୍‌ ନେଇଛି। ଯାହା ପରେ ମୁଁ ଏକପ୍ରକାର ମୋ ସ୍ୱପ୍ନକୁ ସାକାର କରିପାରିଛି ବୋଲି ଭାବୁଛି।

ମୋତେ କେବେ ବି ଭୟ ଲାଗିନି

ପ୍ରିୟଙ୍କା କହିଛନ୍ତି, “ସାଧାରଣତଃ ସମସ୍ତେ ଭାବିଥାନ୍ତି ଝିଅ ମାନେ କୌଣସି ବିଜ୍ଞାନ କିମ୍ବା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ପାଠ ପଢ଼ିପାରିବେ ନାହିଁ, ଝିଅ ମାନେ କୌଣସି କଷ୍ଟ କାମ କରିପାରିବେ ନାହିଁ। ଯାହାକୁ ମୁଁ ଏକ ଭଲ ଚ୍ୟାଲେଞ୍ଜ ହିସାବରେ ନେଇଥିଲି। ଆଜିର ଏହି ସଫଳତା ଅନେକଙ୍କୁ ଭୂଲ ପ୍ରମାଣିତ କରିଛି। ଯେଉଁଥିଲାଗି ମୁଁ ଖୁସି।”

ନିଜକୁ ସବୁବେଳେ ଶୁଣ, ଅନ୍ୟମାନେ କଣ ଭାବୁଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ

ପ୍ରିୟଙ୍କା ଏକ ଭଲ କଥା କହିଛନ୍ତି ଯାହା ଅନ୍ୟମାନଙ୍କ ଲାଗି ପ୍ରେରଣା ହେବ ନିଶ୍ଚିତ, “ନିଜେ କଣ କରିବା ଦରକାର ଅବା ଆମେ କଣ ବନିବାକୁ ଚାହୁଁଛନ୍ତି ତାହା ଉପରେ ଗୁରୁତ୍ୱ ଦେବା ଦରକାର। ଲୋକେ କଣ ଭାବିବେ, କହିବେ ସେ ନେଇ କେବେ ବି ଭାବିବା ଦରକାର ନାହିଁ କିମ୍ବା ସମୟ ଦେବା ଦରକାର ନାହିଁ।”

କିଛି ବି ଅସମ୍ଭବ ନୁହଁ

ପ୍ରିୟଙ୍କା ଯୁବପିଢିଙ୍କୁ ଏକ ମେସେଜ୍‌ ବି ଦେଇଛନ୍ତି ସେ କହିଛନ୍ତି, “ତୁମ ଭିତରେ ଯାହା ବି ଦକ୍ଷତା ଅଛି ତାହାକୁ ଲୋକଲୋଚନକୁ ଆଣ ତାହା ଉପରେ କାମ କରିବା ଦରକାର। କିଛି ବି ଅସମ୍ଭବ ନୁହଁ ସମାଜରେ।”

ଅନ୍ୟ ମାନଙ୍କ ଲାଗି ପ୍ରେରଣା ବନିବା ସହ ଜୀବନରେ ସଫଳତା ପାଇଥିବା ପ୍ରିୟଙ୍କାଙ୍କ କଥା ଅନେକଙ୍କୁ ଏକ ଉତ୍ସାହ ଦେବେ ଯେଉଁମାନେ କିଛି ଅଲଗା କରିବାକୁ ଇଛା ରଖିଛନ୍ତି। ପ୍ରିୟଙ୍କାଙ୍କ ବାପା ଜଣେ ବରିଷ୍ଠ ସମ୍ବାଦିକ ଭାବେ ପ୍ରଭାତ ଖବର ଡେଲିରେ କାର୍ଯ୍ୟରତ ଅଛନ୍ତି। ପ୍ରିୟଙ୍କା ନିଜ ସଫଳତା ପଛରେ ବାପାମାଙ୍କ ଅନେକ ଭୂମିକା ଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here