ଓଡ଼ିଶାଲାଇଭ୍ ବ୍ୟୁରୋ

“ବିଫଳତା ହିଁ ମଣିଷକୁ ସଫଳ ହେବାର ବାଟ ଦେଖାଏ। ଜୀବନରେ ବିଫଳ ହେଲେ ହିଁ ସଫଳତାର ସ୍ଵାଦ ବହୁଗୁଣ ଅଧିକ ହୋଇଯାଏ, ଯାହା ମୋ କ୍ଷେତ୍ରରେ ହୋଇଛି”, ଏହିଭଳି କହିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବା ସତ୍ୟଲକ୍ଷ୍ମୀ ସାମନ୍ତରାୟ।

ଦ୍ଵିତୀୟ ଚେଷ୍ଟାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୮୦ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି କଟକର ସତ୍ୟଲକ୍ଷ୍ମୀ ସାମନ୍ତରାୟ। ପ୍ରଥମ ଚେଷ୍ଟାରେ ଓଏଏସ୍ ପରୀକ୍ଷାରେ ପାଇଥିବା ବିଫଳତା ତାଙ୍କୁ ଆଜି ଏହି ସଫଳତା ଦେଇଛି ବୋଲି ସତ୍ୟଲକ୍ଷ୍ମୀ କହିଛନ୍ତି।

ନିଜସ୍ଵ ଉଦ୍ୟମରେ ସତ୍ୟଲକ୍ଷ୍ମୀ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସ୍ଥିର ଲକ୍ଷ୍ୟ ଏବଂ ଦୃଢ଼ ମନୋବଳ ନିଶ୍ଚୟ ସଫଳତା ଦେବ ବୋଲି ସତ୍ୟଲକ୍ଷ୍ମୀ ସାମନ୍ତରାୟ କୁହନ୍ତି।

ଆଗାମୀ ଦିନରେ ଗ୍ରାମାଞ୍ଚଳର ବିକାଶ, ମହିଳାଙ୍କ ବିକାଶ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

Tags: #Education #OAS #OCS #Exam #Success #SatyalaxmiSamanaray

LEAVE A REPLY

Please enter your comment!
Please enter your name here