ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କୋରାପୁଟ ଜିଲ୍ଲା ଜୟପୁର ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ବାଙ୍ଗମାଝି ପଡ଼ିଆରେ ସେ ସମାବେଶରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଗାନ୍ଧିଛକଠାରେ ଆୟୋଜିତ ମହିଳା ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦୁଇ ମାସ ମଧ୍ୟରେ ଏହା ରାହୁଲଙ୍କ ତୃତୀୟ ଗସ୍ତ।
ରାହୁଲ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।
ଆଜି ବରଗଡ଼ରେ ରାହୁଲଙ୍କ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଗୋଟିଏ ଦିନରେ ଦୁଇଟି ସମାବେଶ ସମ୍ଭବ ନହେବାରୁ ରାହୁଲ ୧୩ ତାରିଖରେ ବରଗଡ଼ ଆସିବେ।
ଫେବୃଆରୀ ୬ରେ ରାହୁଲ ଗାନ୍ଧି ପଶ୍ଚିମ ଓଡ଼ିଶାର ୨ ପ୍ରମୁଖ ସ୍ଥାନ ଭବାନୀପାଟଣା ଓ ରାଉରକେଲା ସହର ଗସ୍ତରେ ଆସିଥିଲେ।


















