ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାରଠାରୁ ରାଜ୍ୟରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଏହି ଯାତ୍ରା ହେବ।
ଆସନ୍ତା ୧୭ ତାରିଖରେ ଏହି ଯାତ୍ରା ଶେଷ ହେଉଥିଲାବେଳ ୭ ଦିନ ମଧ୍ୟରେ ରାଜ୍ୟରେ ୫ ହଜାର ସାଧାରଣ ସଭା ଓ ଶୋଭାଯାତ୍ରା କରିବ ବିଜେପି।
ଏହି ସଭା ଶୋଭାଯାତ୍ରା ମାଧ୍ୟମରେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବ ଦଳ। ଆଜି ଅନୁଗୋଳ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।
ନିର୍ବାଚନ ପାଖେଇ ଆସୁଥିବାରୁ ଏହି କାର୍ଯ୍ୟକ୍ରମ ଜରିଆରେ ଦଳ ପ୍ରଚାର ପ୍ରସାର ଜୋର କରିବ।


















