ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ତାଲିକା ଶନିବାର ଦିନ ପ୍ରକାଶ ପାଇବାର ସମ୍ଭାବନା ରହିଛି। ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଲୋକଙ୍କ ମନ ପସନ୍ଦ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ। ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ସେମାନଙ୍କୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ପ୍ରାଥମିକତା ମିଳିବ ବୋଲି କହିଛନ୍ତି ସମୀର ମହାନ୍ତି।

ତେବେ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାର ଏକ ତାଲିକା ଗୁରୁବାର ଦିନ ତମାମ ସୋସିଆଲ ମିଡିଆରେ ଘୂରି ବୁଲୁଥିଲା। ଯେଉଁମାନଙ୍କ ନାମ ଏହି ତାଲିକାରେ ରହିଛି ସେମାନେ ହେଲେ :

ଆସ୍କା – ମହେଶ ଚନ୍ଦ୍ର ମହାନ୍ତି
କଳାହାଣ୍ଡି – ପ୍ରଦୀପ୍ତ କୁମାର ନାୟକ
ବାଲେଶ୍ୱର – ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
କନ୍ଧମାଳ – ଧର୍ମେନ୍ଦ୍ର ପ୍ରଧାନ
ବରଗଡ଼ – ସୁବାସ ଚୌହାନ
କେନ୍ଦ୍ରାପଡ଼ା – ବୈଜୟନ୍ତ ପଣ୍ଡା
ବ୍ରହ୍ମପୁର – ଏସ୍‌ ପାତ୍ର
କେନ୍ଦୁଝର – ଅନନ୍ତ ନାୟକ
ଭଦ୍ରକ -ଶରତ ଦାସ
କୋରାପୁଟ – ଗିରିଧର ଗମାଙ୍ଗ
ଭୁବନେଶ୍ୱର -ଅପରାଜିତା ଷଡ଼ଙ୍ଗୀ
ମୟୁରଭଞ୍ଜ – ଡ଼ ନିପୋଲ ରଘୁନାଥ ମୁର୍ମୁ
ବଲାଙ୍ଗିର – ସଂଗୀତା କୁମାରୀ ସିଂହଦେଓ
ନବରଙ୍ଗପୁର – ପର୍ଶୁରାମ ମାଝୀ
କଟକ – ଗୋଲକ ମହାପାତ୍ର
ପୁରୀ – ନରେନ୍ଦ୍ର ମୋଦି
ଢେଙ୍କାନାଳ – ରୁଦ୍ର ନାରାୟଣ ପାଣି
ସମ୍ବଲପୁର – ସୁରେଶ ପୂଜାରୀ
ଜଗତସିଂହପୁର – ବାଇଧର ମଲ୍ଲିକ

ସୁନ୍ଦରଗଡ଼ – ଜୁଏଲ ଓରାମ
ଯାଜପୁର – ଅମୀୟ କାନ୍ତ ମଲ୍ଲିକ

Comment