ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କୋରାପୁଟରେ ବିଜେପି ରାଜନୀତି ଅଜବ ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ଆସନ ଅଥଚ ଦୁଇ ଆଶାୟୀ। ଉଭୟେ ପୁରୁଣା ଶତ୍ରୁ , କିନ୍ତୁ ଏବେ ଗୋଟିଏ ଡଙ୍ଗାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ କୋରାପୁଟ ଆସନରୁ ୯ ଥର ଜିତି ପାର୍ଲାମେଣ୍ଟ ଯାଇଛନ୍ତି। ଏଥର ବି ସେ ଲଢ଼ିବାକୁ ଚାହୁଁଛନ୍ତି।
ଏଣେ ଜୟରାମ ପାଙ୍ଗି ଯିଏ ବିଜେଡିରୁ ଯାଇ ବିଜେପିରେ ମିଶିଛନ୍ତି ସେ ବି ପ୍ରାର୍ଥୀ ହେବା ପାଇଁ ବିକଳ।
୧୯୫୭ ପରଠାରୁ କୋରାପୁଟ ଲୋକସଭା ଆସନ କଂଗ୍ରେସର ରହି ଆସିଥିବା ବେଳେ ୨୦୦୯ରେ ପ୍ରଥମ ଥର ପାଇଁ ପାଙ୍ଗି ବିଜେଡିରେ ଥିବା ସମୟରେ ଏହି ଆସନକୁ ଗମାଙ୍ଗଙ୍କଠାରୁ ଛଡ଼ାଇ ଆଣିଥିଲେ। କିନ୍ତୁ ପାଙ୍ଗି ୨୦୧୭ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ। ସେହି ଦିନଠାରୁ ସେ ନିରନ୍ତର ବିଜେପି ପାଇଁ କାମ କରି ଆସୁଛନ୍ତି। ପାଙ୍ଗି ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କୁ ହିଁ ଟିକେଟ ମିଳିବ। ମଜା କଥା ହେଉଛି ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ବିଧାନସଭା ଟିକେଟ ପାଇଁ ଜମା ରାଜି ନୁହଁନ୍ତି। ତାଙ୍କୁ ଦରକାର କେବଳ ଲୋକସଭା ଟିକେଟ।


















