ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଗୁରୁବାର ବିଜେପି ତାର ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ କିଛିଟା ପୂର୍ବ ନିର୍ବାଚନ ସହ ସମାନ ଥିବା ବେଳେ କିଛି ସ୍ଥାନରେ ପରିବର୍ତ୍ତନ କରାଯାଇଛି।

ଏଥର ଗାନ୍ଧିନଗରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଟିକେଟ ଦେଇଛି। ଯାହାପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ମୁଖପାତ୍ରା ରଣଦୀପ ସୁଜେରୱାଲା କହିଛନ୍ତି ବିଜେପି ଦଳରେ ଥିବା ବରିଷ୍ଠ ନେତାଙ୍କୁ ସମ୍ନାନ ଓ ଆଦର କରି ଜାଣେ ନାହିଁ।

ଏ ନେଇ ସୁଜେରୱାଲା ଟୁଇଟ୍‌ କରି କହିଛନ୍ତି, “ଯେଉଁଠି ଦଳରେ ବିଜେପି ବରିଷ୍ଠଙ୍କୁ ସମ୍ମାନ ଦେଉନି ସେଠି ସେ ଲୋକଙ୍କ ବିଶ୍ୱାସର ଆଦର କେମିତି କରିବେ। ପ୍ରଥମେ ଆଡୱାନୀଙ୍କୁ ମାର୍ଗ ଦର୍ଶକ କମିଟିକୁ ପଠାଇଦିଆଗଲା ଆଉ ଏବେ ତାଙ୍କୁ ଟିକେଟ ବି ଦିଆଗଲାନି।”

ଏହା ସହିତ ସେ ବିଜେପି ହଟାଓ ଦେଶ ବଞ୍ଚାଓର ନାରା ଦେଇଛନ୍ତି।

Comment