ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାରଠାରୁ ଆରମ୍ଭ ହେବ ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ମହାସମର। ପ୍ରଥମ ତଥା ଉଦ୍ଘାଟନୀ ମ୍ୟାଚ୍ରେ କୋହଲି ସେନା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଳୁରୁକୁ ଭେଟିବ ଧୋନି ବାହିନୀ ଚେନ୍ନାଇ ସୁପର କିଙ୍ଗ୍ସ୍। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ।

ଚଳିତ ଆଇପିଏଲ୍ ସିଜନ୍ର ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଏଥିରେ ଖର୍ଚ୍ଚ ହେଉଥିବା ସମସ୍ତ ଟଙ୍କା ପୁଲୱାମା ଆକ୍ରମଣରେ ସହିଦ ସିଆର୍ପିଏଫ୍ ଯବାନଙ୍କ ପରିବାରକୁ ଦିଆଯିବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା।
ସେହିପରି ଚେନ୍ନାଇ ସୁପର କିଙ୍ଗ୍ସର ମଧ୍ୟ ତା’ର ପ୍ରଥମ ମ୍ୟାଚ୍ର ଆୟକୁ ସହିଦଙ୍କ ପରିବାରକୁ ଦେବା ପାଇଁ ଘୋଷଣା କରିଛି। ସିଏସ୍କେ ନିର୍ଦ୍ଦେଶକ ରାକେଶ ସିଂହ ଗରଗବାର ଏନେଇ ଘୋଷଣା କରିଥିଲେ।










