ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ଦେଖିବାକୁ ମିଲିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ଚଳିତ ସିଜନରେ ଆଜି କେଳାଯାଉଛି ୩୫ ତମ ମ୍ୟାଚ୍‌। ରାତି ୮ଟାରେ କୋଲକାତାର ଇଡେନ୍‌ ଗାର୍ଡେନରେ ଏହି ମ୍ୟାଜ୍‌ ଖେଳାଯିବ।

ଚଳିତ ଆଇପିଏଲ୍‌ରେ କୋଲକାତା ୮ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ହୋଇଛି। ସେହିପରି ବେଙ୍ଗାଳୁରୁ ମଧ୍ୟ ୮ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ରେ ଜିଥଇବାକୁ ସକ୍ଷମ ହୋଇଛି।

ତେବେ ଆଜିର ମ୍ୟାଚ୍‌ରେ ବେଙ୍ଗାଳୁରୁ କୋଲକାତା ବିପକ୍ଷରେ ଜିତି ଦ୍ୱିତୀୟ ବିଜୟ ହାସଲ କରିବା ଲକ୍ଷରେ ଖେଳିବ।

Comment