ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ମହାସମରରେ ଆଜି ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଚେନ୍ନାଇର ଏମ ଏ ଚିଦାମ୍ଵରମ୍ ଷ୍ଟାଡିୟମରେ ଖେଳାଯିବ।

ଚଳିତ ସିଜିନରେ ପ୍ରଥମ ମ୍ୟାଚରେ ମୁମ୍ଵାଇକୁ ହରାଇ ଏକ ଦମ୍‌ଦାର ବିଜୟ ସହ ଖାତା ଖୋଲିଛି ବେଙ୍ଗାଳୁରୁ। ଅନ୍ୟପଟେ ପ୍ରଥମ ମ୍ୟାଚରୁ ହିଁ ହାଇଦ୍ରାବାଦକୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଛି। ତେଣୁ ଆଜି ଭଲ ପ୍ରଦର୍ଶନ କରି ବିଜୟ ଅଭିଜାନ ଆରମ୍ଭ କରିବା ପାଇଁ ହାଇଦ୍ରାବାଦ୍ ପ୍ରାଣପଣେ ଚେଷ୍ଟା କରିବ। ତେବେ ଦେଖିବାକୁ ବାକି ରହିଲା କିଏ କାହାକୁ ମାତ୍ ଦେବ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡିକାଲ୍, ଫିନ୍ ଆଲେନ୍, ପବନ ଦେଶପାଣ୍ଡେ, ରଜତ ପାଟିଦାର୍, ସଚିନ୍ ବେବି, ସୁୟାଶ୍ ପ୍ରଭୁଦେଶାଇ, ଡାନ୍ ଖ୍ରୀଷ୍ଟିଆନ୍, ଡାନିଏଲ ସାମ୍ସ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ସାହାବାଜ୍ ଅହମ୍ମଦ, ଏ ବି ଡେଭିଲିୟର୍ସ, ମହମ୍ମଦ ଆଝାରୁଦ୍ଦିନ, ଶ୍ରୀକର ଭାରତ, ଆଦାମ ଜାମ୍ପା, କେନ୍ ରିଚାର୍ଡସନ୍, କ୍ଲି ଜେମ୍ସନ, ମହମ୍ମଦ ସିରାଜ୍, ନବଦୀପ୍ ସାଇନି, ୟୁଜୁଭେନ୍ଦ୍ର ଚାଓ୍ଵାଲା।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ଅବ୍ଦୁଲ୍ ସାମଦ୍, ଜସନ୍ ରୟ, କେନ୍ ଓ୍ଵିଲିୟମସନ୍, ମନିଷ୍ ପାଣ୍ଡେ, ପ୍ରିୟମ୍ ଗର୍ଗ, ବିରାଟ ସିଂହ, ଅଭିଶେକ୍ ଶର୍ମା, ଜସୋନ୍ ହୋଲ୍ଡର, କେଦାର ଯାଦବ, ମହମ୍ମଦ ନବି, ବିଜୟ ଶଙ୍କର, ଜନି ବାଇରଷ୍ଟୋ, ଶ୍ରୀଭଟ୍ସ ଗେସ୍ଵାମୀ, ଭୁବନେଶ୍ଵର କୁମାର, ଜଗଦୀଶ ସୁଚିଥ୍, ଖଲିଲ୍ ଅହମ୍ମଦ, ମୁଜିବ୍ ଉର୍ ରେହମାନ୍, ରସିଦ୍ ଖାନ୍, ସନ୍ଦୀପ ଶର୍ମା, ସାହାବାଜ୍ ନାଦିମ୍, ସିଦ୍ଧାର୍ଥ କୌଲ୍, ଟି ନଟରାଜନ୍।

Comment