ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର କେଲ୍‌ ମିଲ୍ସ ହେଲେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ର ନୂଆ ବୋଲିଂ କୋଚ୍‌। ଶନିବାର କେଲ୍‌ ମିଲ୍ସଙ୍କୁ ଆଇପିଏଲ ଦଳ କୋଲକାତା ନାଇଟ୍ ରାଇର୍ଡସର ବୋଲିଂ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ସେହିପରି ମୁଖ୍ୟ ମେଣ୍ଟର ଭାବେ ଦଳ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ହସିଙ୍କୁ ନିଯୁକ୍ତ କରିଛିଃ

ଦଳ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳି ବ୍ରେଣ୍ଡନ ମ୍ୟାକୁଲମଙ୍କୁ ଦଳର ମୁଖ୍ୟ କୋଚ୍ ନିଯୁକ୍ତ କରିସାରିଛି। ନୂଆକରି ନିଯୁକ୍ତ ହୋଇଥିବା ଏହି ଦୁଇ ଜଣ ଖେଳାଳି ମ୍ୟାକୁଲମଙ୍କ ଅଧୀନରେ ରହି ଖେଳାଳିମାନଙ୍କୁ ତାଲିମ୍ ଦେବେ।

ଏହାକୁ ନେଇ କେକେଆରର କାର୍ଯ୍ୟକାରୀ ଅଧିକାରୀ ଭେଙ୍କି ମୈଶୁର କହିଛନ୍ତି, “ଉଭୟ ଡେଭିଡ୍ ହସି ଓ କେଲ ମିଲ୍ସଙ୍କୁ ଦଳକୁ ସ୍ୱାଗତ କରୁଛି। ଏହି ଦୁଇଜଣ ଖେଳାଳି ତାଙ୍କ ଖେଳ କ୍ୟାରିଅରରେ ଅନେକ ସଫଳତା ହାସଲ କରିଛନ୍ତି। ଏମାନେ କୋଚିଂରେ ମଧ୍ୟ ଖେଳାଳିଙ୍କୁ ଉଚିତ୍ ତାଲିମ ଦେଇପାରିବେ।”

କେକେଆର ଦଳ ଗତ ୨୦୧୨ ଓ ୨୦୧୪ ମସିହାରେ ଆଇପିଏଲ ଚାମ୍ପିୟନ ହୋଇଥିଲା। ତେବେ ଗତ ତିନି ସିଜିନ୍ ଧରି ଦଳର ପ୍ରଦର୍ଶନ ଭଲ ରହିନାହିଁ। ଲଗାତାର ଭାବେ ଦଳ ପଏଣ୍ଟ ଟେବୁଲର ଷଷ୍ଠ ଓ ଅଷ୍ଟମ ସ୍ଥାନରେ ରହି ପ୍ଲେ-ଅଫ୍‌ରେ ସ୍ଥାନ ପାଇପାରୁନାହିଁ। ତେବେ ଚଳିତ ଥର ପ୍ରଶିକ୍ଷକ ଆଦି ପରିବର୍ତ୍ତନ ସହ ଦଳ ପୁଣିଥରେ ଆଇପିଏଲ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଛି।

Comment