ଓଡ଼ିଶାଲାଇଭ ବ୍ୟୁରୋ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ )ର ୧୨ତମ ସିଜିନ୍ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସମସ୍ତେ ନିଜ ନିଜର ଦଳକୁ ମଜଭୁତ୍ କରିବା ପାଇଁ ଆରମ୍ଭ କରିଦେଲେଣି ପ୍ରୟାସ। ଶୁକ୍ରବାର ଆଇପିଏଲ ଦଳ ରୟାଲ ଚାଲେର୍ଞ୍ଜସ୍ ବାଙ୍ଗାଲୋର (ଆରସିବି) ମାଇକ୍ ହେସନଙ୍କୁ ଦଳର ଡାଇରେକ୍ଟର ନିଯୁକ୍ତ କରିଛି। ସେହିଭଳି ସାଇମନ୍ କାଟିଚଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି।

ଆରସିବି ତାର ପୂର୍ବ ବ୍ୟାଟିଂ କୋଚ୍ ଗ୍ୟାରି କର୍ଷ୍ଟନ ଓ ବୋଲିଂ କୋଚ୍ ଆଶିଷ ନେହେରାଙ୍କୁ ତାଙ୍କ ପଦରୁ ବାହାର କରିଦେଇଛି। ତାଙ୍କ ସ୍ଥାନରେ ସାଇମାନ କାଟିଚଙ୍କୁ ଉଭୟ ବ୍ୟାଟିଂ ଓ ବୋଲିଂ କୋଚିଂର ଭାର ଦିଆଯାଇଛି।

ଦଳର ନୂଆ ମ୍ୟାନେଜମେଣ୍ଟକୁ ନିଯୁକ୍ତ ଦେବାପରେ ଦଳର ଚେୟାରମ୍ୟାନ ସଂଜିବ ଚୁରିବାଲା କହିଛନ୍ତି, “ଆରସିବି ଦଳର ମୁଖ୍ୟ ଲକ୍ଷ୍ୟ ହେଲା ଟି-୨୦ରେ ସବୁଠାରୁ ଶ୍ରେଷ୍ଠ ପ୍ରର୍ଦଶନ କରୁଥିବା ଫ୍ରାଞ୍ଚାଇଜ୍ ହେବା। ଏହି ଲକ୍ଷ୍ୟକୁ ସଫଳ କରିବା ପାଇଁ ଦଳ ମାଇକ୍ ହେସନ୍ ଓ ସାଇମନ୍ କାଟିଚଙ୍କୁ ନିଯୁକ୍ତି କରିଛି।”

ପୂର୍ବ ତିନି ସିଜିନ୍ ଧରି ଦଳର ପ୍ରର୍ଦଶନ ଖରାପ ରହିଆସିଥିଲା। ଦଳ ନବମ ଓ ଏକାଦଶ ସିଜିନରେ ଶେଷ ସ୍ଥାନରେ ରହି ସିଜିନ୍ ଶେଷ କରିଥିଲା। ସେହିଭଳି ଦଶମ ସିଜିନରେ ଦଳ ଷଷ୍ଠ ସ୍ଥାନରେ ରହିଥିଲା। ଏହାପରେ ଦଳ ଡାନିଏଲ୍ ଭିଟୋରୀଙ୍କୁ ଦଳ କୋଚ୍ ପଦରୁ ବାହାରକରି ଗ୍ୟାରୀ କର୍ଷ୍ଟନ ଓ ଆଶିଷ ନେହେରାଙ୍କୁ ଏହି ଦାୟିତ୍ୱ ଦେଇଥିଲା। ଏବେ ଦଳ ଏହି ଦାୟିତ୍ୱରୁ ସେମାନଙ୍କୁ ହଟାଇ ସାଇମନ୍ କାଟିଚକୁ ଏହି ଦାୟିତ୍ୱ ଦେଇଛି।

Comment