ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଆରମ୍ଭ ହେଲା ଆଇପିଏଲ୍‌ ମହାସମର। ଚଳିତ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ଭେଟିଛି ଚେନ୍ନାଇ ସୁପର କିଙ୍ଗ୍ସ୍‌। ତେବେ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ଟିମ୍‌ ବେଙ୍ଗାଳୁରୁକୁ ୭୦ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଧୋନି ବାହିନୀଙ୍କ ସାଙ୍ଘାତିକ ବୋଲିଂରେ ଘାଇଲା ହୋଇଛି କୋହଲି ସେନା। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି।

ମ୍ୟାଚ୍‌ର ଆରମ୍ଭରୁ ଟସ୍‌ ଜିତି ଚେନ୍ନାଇ ସୁପର କିଙ୍ଗ୍ସ୍‌ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ମ୍ୟାଚ୍‌କୁ ଅକ୍ତିଆର କରିବାର ପୂର୍ବ ସୂଚନା ଦେଇଛି ଚେନ୍ନାଇ ସୁପର କିଙ୍ଗ୍ସ୍‌। ମ୍ୟାଚ୍‌ରେ ଚେନ୍ନାଇ ବୋଲର୍‌ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଚେନ୍ନାଇ ପକ୍ଷରୁ ହରବଜନ୍‌ ସିଂହ ଓ ଇମ୍‌ରାନ୍‌ ତାହିର ସର୍ବାଧିକ ୩ଟି ଲେଖାଏଁ ୱିକେଟ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଳୁରୁ ଆରମ୍ଭରୁ ଧରାସାୟୀ ହୋଇଥିଲା। ଅଧିନାୟକ ବିରାଟ କୋହଲି ମାତ୍ର ୬ ରନ୍‌ରେ ଆଉଟ୍‌ ହୋଇଥିବା ବେଳେ ରନ୍‌ ମାଷ୍ଟର ଏବି ଡିଭିଲର୍ସ ମାତ୍ର ୯ ରନ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌କୁ ଫେରିଛନ୍ତି। ବେଙ୍ଗାଳୁରୁ ପକ୍ଷରୁ ପାର୍ଥିବ ପଟେଲ୍‌ ସର୍ବାଧିକ ୨୯ ରନ୍‌ ସଂଗ୍ରହ କରିଥିବା ବେଳେ ଦଳ ମୋଟ ୭୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି।

ବର୍ତ୍ତମାନ ଚେନ୍ନାଇ ସାମ୍ନାରେ ୭୧ ରନ୍‌ର ଟାର୍ଗେଟ୍‌। ୭୧ ରନ୍‌କୁ  ଟାର୍ଗେଟ୍‌ରେ ରଖି ଚେନ୍ନାଇ ସୁପର କିଙ୍ଗ୍ସ୍‌ ବର୍ତ୍ତମାନ ପଡ଼ିଆକୁ ଓହ୍ଲାଇ ସାରିଛି। ଇତି ମଧ୍ୟରେ ଚେନ୍ନାଇର ସେନ୍‌ ୱାଟ୍‌ସନ୍‌ ଆଉଟ୍‌ ହୋଇ ପାଭିଲିୟନ୍‌କୁ ଫେରିଛନ୍ତି। ଏବେ ଅମ୍ବାତି ରାୟଡୁ ଓ ସୁରେଶ ରାଇନା ଚେନ୍ନାଇର କମାଣ ଧରିଛନ୍ତି।

 

Comment