ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି ରବିବାର ବିଳମ୍ବିତ ରାତିରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ୫ ଲୋକସଭା ଓ ୨୨ବିଧାନସଭା ଆସନ ଅଛି।

୫ଲୋକସଭା ଆସନ ମଧ୍ୟରେ ଦଳ ବରଗଡ଼ରୁ ଟିକେଟ ଦେଇଛି ସୁରେଶ ପୂଜାରୀଙ୍କୁ ଯାହାପରେ ଅସନ୍ତେଷ ଦାନା ବାନ୍ଧିବାରେ ଲାଗିଛି।

ପୂର୍ବରୁ ବରଗଡ଼ ଲାଗି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବା ସୁବାସ ଚୌହାନଙ୍କ ସମର୍ଥନ ମାନେ ଆନ୍ଦୋଳନ କରିଛନ୍ତି। ବରଗଡ଼ର ବିଭିନ୍ନ ସ୍ଥାନରେ ସୁବାସଙ୍କ ସମର୍ଥକ ମାନେ ପ୍ରତିବାଦ ଜଣାଇଛନ୍ତି।

ଭେଉଁରିଆ ଛକରେ ସମର୍ଥକ ମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ସମର୍ଥକ ମାନେ କହିଛନ୍ତି, “ସୁବାସ ଚୌହାନ ଅନେକ ଦିନ ହେବ ଦଳ ଲାଗି କାମ କରି ଆସୁଛନ୍ତି। ସେ ଏଠାକାର ଲୋକ। ଜାଣିଶୁଣି ତାଙ୍କ ରାଜନୈତିକ କ୍ୟାରିୟରଙ୍କୁ ନଷ୍ଟ କରିବା ଲାଗି ଏମିତି କରାଯାଉଛି। ବାହାର ଲୋକଙ୍କୁ ଆଣି ଟିକେଟ ଦିଆଯାଇଛି।”

କେବଳ ବରଗଡ ନୁହଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜେପିର ଟିକେଟ ବଣ୍ଟନ ପରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ତେବେ ଦେଖିବାର କଥା ଟିକେଟ ବଣ୍ଟନ ପରେ ଦେଖାଦେଇଥିବା ଏହି ଅସନ୍ତୋଷକୁ ଦଳ କିପରି ନେଉଛି ଓ କଣ ପଦକ୍ଷେପ ନେଉଛି।

Comment