ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋsambit patra

ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାର ୫ ଲୋକସଭା ଓ ୨୨ବିଧାନସଭା ଆସନ ଲାଗି ପ୍ରାର୍ଥୀ ଅଛନ୍ତି।

୫ଲୋକସଭା ମଧ୍ୟରେ ପୁରୀରୁ ଲୋକସଭା ପ୍ରାର୍ଥୀ ଭାବେ ସମ୍ବିତ ପାତ୍ରଙ୍କୁ ଟିକେଟ ଦେଇଛି ଦଳ। ଏହାପରେ ଯେଉଁ ଚର୍ଚ୍ଚା ହେଉଥିଲା କି ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବେ ତାର ଗୋଟେ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି।

ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢ଼ିବା ନେଇ ଫାଇନାଲ ହେବା ପରେ ଏବେ ସମସ୍ତଙ୍କ ନଜର ବିଜେଡିର ପ୍ରାର୍ଥୀ କିଏ ହେବ ପୁରୀରୁ।

ଅନେକ ସମୟରେ ଜାତୀୟ ଗଣମାଧ୍ୟମରେ ବିଜେପିର ପକ୍ଷ ରଖୁଥିବା ସମ୍ବିତ ପାତ୍ର ଏଥର ପୁରୀରୁ ନିର୍ବାଚନ ଲଢ଼ିବେ।

Comment