ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସଲମାନ ଖାନ୍ ପ୍ରଡକସନ୍ ହାଉସ୍ରେ ନିର୍ମାଣ ହେଉଥିବା ଫିଲ୍ମ ‘ନୋଟବୁକ୍’ ନେଇ ଏବେ ସବୁଠି ଚର୍ଚ୍ଚା। ଫିଲ୍ମଟିର କାହାଣୀକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାହାଠୁ ଅଧିକ ଚର୍ଚ୍ଚା ହେଉଛି ଫିଲ୍ମର ଲିଡ୍ରେ ଅଭିନୟ କରୁଥିବା ହିରୋ ଓ ହିରୋଇନ୍ଙ୍କୁ ନେଇ।
ଫିଲ୍ମ ‘ନୋଟବୁକ୍’ ଜରିଆରେ ଜାହିର ଇକ୍ବାଲ୍ ଓ ପ୍ରନୂତନ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।
ତେବେ ଅଭିନୟ ଆରମ୍ଭ କରିବା ପୂର୍ବରୁ ଏମାନଙ୍କ ବାବଦରେ କିଛି ଅଜଣା କଥା ଆମେ କହିବାକୁ ଯାଉଛୁ।
ଇକାବାଲ୍ ଅଭିନୟ ଆରମ୍ଭ କରିବା ପୂର୍ବରୁ ବି ନିଜ କ୍ୟାରିୟରରେ ସଫଳ ଥିଲେ। ସେ ଜଣେ ରିଅଲଇଷ୍ଟେଟ ବ୍ୟବସାୟୀ ଥିଲେ। ବଭିନ୍ନ ସ୍ଥାରେ ପ୍ରିମିୟମ ବିଲଡିଂରେ ବିଲଡର ହିସାବରେ ସେ କାମ କରିଛନ୍ତି। କେବଳ ଏତିକି ନୁହଁ ସେ ଗୋଟେ ଫିଲ୍ମରେ ଆସିଷ୍ଟାଣ୍ଡ ଡାଇରେକ୍ଟର ଭାବେ ବି କାମ କରିଛନ୍ତି।
କୁହାଯାଉଛି ଜାହିରଙ୍କ ବାପା ସଲମାନଙ୍କର ଭଲ ସାଙ୍ଗ ସେହି କାରଣରୁ ତାଙ୍କୁ ଫିଲ୍ମରେ କାମ କରିବା ଲାଗି ସୁଯୋଗ ମିଳିଛି।
ସେହିପରି ‘ନୋଟବୁକ୍’ ରେ ଲିଡ୍ ରୋଲରେ ଅଭିନୟ କରୁଥିବା ଅଭିନେତ୍ରୀ ପ୍ରନୂତନକୁ ବି ନେଇ ଢେର ଚର୍ଚ୍ଚା। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ପ୍ରତିଟି ଗୀତରେ ପ୍ରନୂତନଙ୍କ ଅନ୍ଦାଜ ଦର୍ଶକଙ୍କୁ ଅନେକ ପସନ୍ଦ ଆସୁଛି।
ତେବେ ବହୁତ କମ୍ ଲୋକ ଜାଣିଥିବେ ପ୍ରନୂତନ ଅଭିନୟ ଆରମ୍ଭ କରିବା ପୂର୍ବରୁ ଜଣେ ଓକିଲ ଥିଲେ। ସେ ଓକିଲାତିରେ କିଛିବର୍ଷ କାମ କରିଛନ୍ତି।
ଫିଲ୍ମ ‘ନୋଟବୁକ୍’ ସେହି ସମୟର କାହାଣୀ ଯେତେବେଳେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେତେଟା ଲୋକପ୍ରିୟ ନଥିଲା। ଫିଲ୍ମ ମାଧ୍ୟମରେ ନୀତିନ କକ୍କଡ ଦୁଇଟି ଅଜଣା ହୃଦୟ ଭିତରେ ଏକ ରୋମାଣ୍ଟିକ କାହାଣୀ ନିର୍ମାଣ କରିବାକୁ ଚେଷ୍ଟା କରିଛନ୍ତି। ଯାହାର ଝଲକ ଟ୍ରେଲରେ ଦେଖିବାକୁ ମିଳିଛି। ଟ୍ରେଲରେ ଜାହା ଦେଖିବାକୁ ମିଳିଛ ତାହା ହେଉଛି ଦୁଇଟି ହୃଦୟର ପ୍ରେମ କାହାଣୀ ଏକ ନୋଟବୁକ୍ରେ ଲେଖାଯାଇଛି।
ଦୁଇଜଣ ପରସ୍ପର ପରସ୍ପରକୁ ଭଲତ ପାଉଛନ୍ତି କିନ୍ତୁ ଅଲଗା ହୋଇ। ଫିଲ୍ମରେ ଦୁଇଟି ହୃଦୟ ଯେଉଁମାନେ ପରସ୍ପରକୁ ଭଲପାଉଛନ୍ତି ସେମାନଙ୍କ ଭିତରେ ସମ୍ପର୍କ କେତେ ନୀବିଡ଼ ହୋଇପାରିବ ତାହା ବି ଅଲଗା ହୋଇ ଏହା ଦେଖାଇବାକୁ ଚେଷ୍ଟା କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ।
ତେବେ ଫିଲ୍ମଟି ବକ୍ସ ଅଫିସରେ କେତେ ସଫଳ ହେଉଛି ତାହା ରିଲିଜ୍ ହେବା ପରେ ହିଁ ଜଣାପଡ଼ିବ।


















