ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ର ଚତୁର୍ଥ ମ୍ୟାଚ୍‌ରେ ଆଜି ରାଜସ୍ଥାନ ରୟାଲ୍‌ସକୁ ଭେଟିବ କିଙ୍ଗ୍ସ ଏକାଦଶ ପଞ୍ଜାବ। ପଞ୍ଜାବର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯିବା ଏହି ମ୍ୟାଚ୍‌ରେ ରାଜସ୍ଥାନର ଆଜିଙ୍କ୍ୟ ରାହାଣେ ଟିମ୍‌ ମୁହା ମୁହିଁ ହେବ ଅଶ୍ୱୀନିଙ୍କ ପଞ୍ଜାବ ଟିମ୍‌ ସହିତ। ଏହି ମ୍ୟାଚ୍‌ ରାତି ୮ରେ ଆରମ୍ଭ ହେବ।

ସୋମବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ଦଳକୁ ଫେରିଥିବାରୁ ରାଜସ୍ତାନ ରୟାଲ୍‌ସ ଆଜି ଉତ୍ସାହିତ ଅଛି। ବଲ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ ଦଳର ୱାର୍ଣ୍ଣର ଓ ସ୍ମିଥ୍‌ଙ୍କ ଆଇସିସି ପକ୍ଷରୁ ଏକ ବର୍ଷ ଲେଖାଏଁ ବାସନ୍ଦ କରାଯାଇଥିଲା। ଦୀର୍ଘଦିନ ପରେ ଷ୍ଟିଭ୍‌ ସ୍ମିଥ୍‌ କ୍ରିକେଟ୍ ମଇଦାନ୍‌କୁ ଫେରୁଛନ୍ତି। ତେବେ ସମସ୍ତଙ୍କ ନଜର ସ୍ମିଥ୍‌ଙ୍କ ଉପରେ ରହିବ।

ଅନ୍ୟପକ୍ଷରେ ଅଶ୍ୱୀନି ବାହିନୀ ପଞ୍ଜାବ ଦଳରେ ଅଛନ୍ତି ବିଷ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ଆଜିର ମ୍ୟାଚ୍‌ରେ  କ୍ରିସ୍‌ ଗେଲ୍‌ଙ୍କ ପକ୍ଷରୁ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିପାରେ। ନିଜ ଜବରଦସ୍ତ ଅନ୍ଦାଜ ପାଇଁ ଫ୍ୟାନ୍‌ମାନଙ୍କୁ ଆକୃଷ୍ଟ କରିପାରିଥିବା ଗେଲ୍‌ଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ। ସେହିପରି ପଞ୍ଜାବ ଦଳରେ ଡାଭିଡ୍‌ ମିଲର, ମୟଙ୍କ ଅଗ୍ରୱାଲଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଅଛନ୍ତି।

୨୦୦୮ ମସିହାରେ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଥିବା ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଜବରଦସ୍ତ ଲଢ଼େଇ ହୋଇପାରେ।

Comment