ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ରୟାଲ୍‌ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ସୋମବାର ଖେଳାଯାଇଥିବା ଦମ୍‌ଦାର ମ୍ୟାଚ୍‌ ପରେ ବର୍ତ୍ତମାନ ସମସ୍ତଙ୍କ ନଜର ଦିଲ୍ଲୀ ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ ଉପରେ। ମଙ୍ଗଳବାର ଏଠାରେ ଖେଳାଯାଉଛି ଚଳିତ ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଡିଫେଣ୍ଡିଂ ଚମ୍ପିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସ।

Image result for CSK Vs DC

ଚଳିତ ଆଇପିଏ୍‌ଲ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଜବରଦସ୍ତ ପ୍ରଦର୍ଶନ ଦେଖାଇ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସାରିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସକୁ ୭ ୱିକେଟ୍‌ରେ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ବଡ଼ ବିଜୟ ହାସଲ କରିଥିଲା। ସେହିପରି ସିଜନ୍‌ର ତୃତୀୟ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଜିତି ଥିଲା। ମଙ୍ଗଳବାର ବିଜୟ ଲାଭ କରିଥିବା ଏହି ଦୁଇଟି ଟିମ୍‌ ହେବାକୁ ଯାଉଛି ଲଢ଼େଇ।

ଚଳିତ ଆଇପିଏଲ୍‌ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଜବରଦସ୍ତ ଫର୍ମରେ ରହିଛି। ଦିଲ୍ଲୀର ପୂର୍ବ ମ୍ୟାଚ୍‌ ଦେଖିବାକୁ ଗଲେ ଦଳର ଯୁବା ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ୩ଥର ଆଇପିଏଲ୍‌ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଦିଲ୍ଲୀ ଟିମ୍‌ ବଡ଼ ସ୍କୋର ୨୧୪ ରନ୍‌ର ଟାର୍ଗେଟ ରଖିଥିଲା। ଏଥିରୁ ଜଣାଯାଉଛି ଡିଫେଣ୍ଡିଂ ଚମ୍ପିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ଦଲ୍ଲୀ କ୍ୟାପିଟାଲ୍ସ ଭାରି ପଡ଼ିପାରେ।

ଅନ୍ୟ ପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ ତାର ନିଜ ଫର୍ମାଟ୍‌ରେ ଖେଳିବ। ସେନ୍‌ ୱାଟସନ୍‌, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି, ବ୍ରାଭୋଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଥିବା ବେଳେ ହରବଜନ ସିଂହ, ଇମ୍‌ରାନ୍‌ ତାହିରଙ୍କ ଭଳି ଚମତ୍କାର ବୋଲର ମଧ୍ୟ ରହିଛନ୍ତି। ତେବେ ଆଜିର ମ୍ୟାଚ୍‌ରେ କିଏ ବାଜି ମାରୁଛି ସେ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

Comment