ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ଦୁଇ ତିନି ହେବ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଗରମ ଅନୁଭୂତ ହେଉଛି। ସକାଳ ୧୦ଟା ବେଳକୁ ଘରୁ ବାହାରକୁ ବାହାରିବା କଷ୍ଟ ହୋଇପଡ଼ୁଛି।
ପାଣିପାଗ ବିଭାଗର ସୂଚନାନାସରେ ଏଭଳି ଗରମ ଆହୁରି ଦିନେ ଦୁଇଦିନ ଲାଗିରହିବ। ଅନେକ ସହରର ତାମପାତ୍ରା ୨ରୁ୩ ଡିଗ୍ରୀ ବଢ଼ିବ।
ରବିବାର ମାଲକାନଗିରି ସବୁଠୁ ଉତପ୍ତ ସହର ଥିଲା। ପାରଦ ସେଠାରେ ୪୦ଡିଗ୍ରୀ ଥିବାବେଳେ, ବଲାଙ୍ଗିରରେ ୩୭.୦, କଟକରେ ୩୭.୬,ଅନୁଗୋଳରେ ୩୭.୧,ଭୁବନେଶ୍ଵରରେ ତାପମାତ୍ରା ୩୮.୭ ଡିଗ୍ରୀ ରେକର୍ଡ କରାଯାଇଛି।
ଶନିବାର ତୁଳନାରେ ରବିବାର ପ୍ରାୟ ସବୁ ସ୍ଥାନରେ ଗରମ ଅନୁଭୂତ ହୋଇଥିଲା। ରବିବାର ପଶ୍ମିମ ଓଡ଼ିଶା ସମେତ ପ୍ରାୟ ସବୁ ସହରରେ ତାପମାତ୍ରା ବୃଦ୍ଧି ହୋଇଛି।

















