ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନ ବିଗୁଲ। ଏହାପରେ ରାଜ୍ୟ ରାଜନୀତି ସରଗରମ। ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଯାଉଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ରେ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୮ରେ ହେବ। ଯେଉଁଥିପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ହେଉଛି ଶେଷ ତାରିଖ।

ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଏବେ ପର୍ଯ୍ୟନ୍ତ ୯୬ ଜଣ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ସେହପରି ୫ଟି ଲୋକସଭା ଲାଗି ୨୧ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଦ୍ଵିତୀୟ ପର୍ଯ୍ୟାୟରେ ୫ ଲୋକସଭା ସହ ୩୫ଟି ବିଧାନସଭା ଆସନ ଲାଗି ନିର୍ବାଚନ ହେବ। ତେବେ ଆଜି ସଂଧ୍ୟା ସୁଦ୍ଧା ପ୍ରାୟ ସବୁଦଳର ନେତା ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଅନ୍ୟପଟେ ପ୍ରାର୍ଥିପତ୍ର ପତ୍ୟାହାର ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମୈଦାନରେ କେତେ ଜଣ ପ୍ରାର୍ଥୀ ରହିବେ ତାହା ସ୍ପଷ୍ଟ ହୋଇପାରବି।

Comment