ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଡିସିପି ଅଫିସ୍‌ରେ ସବୁ ରାଜନୈତିକ ଦଳଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା।

ନିର୍ବାଚନୀ ଶୃଙ୍ଖଳା ସମ୍ପର୍କରେ ଆଡଭାଇଜରି ଜାରି କରିଛନ୍ତି ଡିସିପି। ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନୀ ରାଲି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଧାର୍ମିକ ସ୍ଥାନମାନଙ୍କରେ ନିର୍ବାଚନୀ ପୋଷ୍ଟର ଲଗାଇବା ଉପରେ କଟକଣା ଜାରି କରାଯାଇଛି। ଭୋଟର୍‌ଙ୍କୁ ଟଙ୍କା ବାଣ୍ଟିବା ଉପରେ କଟକଣା ଜାରି କରାଯାଇଛି।

ଅସ୍ତ୍ର ଧରି ଶୋଭାଯାତ୍ରା କରିପାରିବେ ନାହିଁ। ଏହାସହ ବାଣ ବି ଫୁଟାଇ ପାରିବେ ନାହିଁ।

Comment