ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ରାଜନୈତିକ ଦଳ ତାଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି। ଏହି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏପ୍ରିଲ ୪ରେ ଓଡ଼ିଶା ଆସୁଛନ୍ତି। ରହୁଲ ଦକ୍ଷିଣ ଓଡ଼ିଶାରେ ଏକ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଘନ ଘନ ଓଡ଼ିଶା ଗସ୍ତ କରିଛନ୍ତି ରାହୁଲ। ତେବେ ଏପ୍ରିଲ ୪ ଗସ୍ତରେ ରାହୁଲଙ୍କ ଆଭିମୁଖ୍ୟ କ’ଣ ରହିବ ସେ ଉପରେ ସମସ୍ତଙ୍କର ନଜର ରହିଛି।


















