ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସୁବାସ ଚୌହ୍ୱାନ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ପରେ ବରଗଡ଼ ଜିଲ୍ଲାର ୯ଜଣ ଜିଲ୍ଲା ପରିଷଦ ସଦଶ୍ୟ ଦଳ ଛାଡ଼ିଛନ୍ତି। ଶୁକ୍ରବାର ଏହି ୯ ଜଣ ଜିଲ୍ଲା ପରିଷଦ ସଦଶ୍ୟ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି।

ବରଗଡ଼ ଜିଲ୍ଲା ବିଜେଡି ଅଧ୍ୟକ୍ଷ ବିଜୟ ରଞ୍ଜନ ସିଂହଙ୍କ ଉପସ୍ଥିତରେ ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଶଙ୍ଖ ଧରିଛନ୍ତି।

ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ହୋଇ ଏହି ୯ଜଣ ଜିଲ୍ଲା ପରିଷଦ ବିଜେପି ଛାଡ଼ିଥିଲେ। ଏନେଇ ସଭାପତି ବସନ୍ତ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଶୁକ୍ରବାର ଅପରାହଣରେ ଜିଲ୍ଲା ପରିଷଦ ସଭ୍ୟମାନେ ବିଜେଡି ଦଳଣେ ଯୋଗ ଦେଇଛନ୍ତି।

Comment