ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମୟୂରଭଞ୍ଜ ଏବଂ ବରଗଡ଼ର ବରିଷ୍ଠ ନେତା ରାଜକିଶୋର ଦାସ ଓ ସୁବାସ ଚୌହାନ ନିକଟରେ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତିା ଏହାକୁ ନେଇ ପଦ୍ମ ପାଖୁଡ଼ା ଖସୁଥିବା ଚର୍ଚ୍ଚା ହେଉଥିଲା। ହେଲେ ଓଡ଼ିଶାଲାଇଭ୍ ‘ଓପିନିଅନ ଓଡ଼ିଶା’ ରେ ଅନେକ ପାଠକ ମତ ଦେଇ କହିଛନ୍ତି ଯେ ଏମାନେ ଦଳ ପାଇଁ କିଛିଟା ଘାଟା ଆଣିବୋ

ଓଡ଼ିଶା ହେଉ କି ଜାତୀୟ, ପ୍ରତିଦିନ କିଛି ନା କିଛି ବଡ଼ ଧରଣର ଘଟଣା ଘଟୁଛି। ତା’ସାଙ୍ଗକୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ରାଜନୀତିକ ବଜାର ବି ଗରମ ରହିଛି। ବିଶେଷକରି ସୋସିଆଲ ମିଡିଆରେ ସକ୍ରିୟ ଥିବା ଓଡ଼ିଶାର ସାଧାରଣ ପାଠକ ଓ ଦର୍ଶକମାନଙ୍କ ମତାମତକୁ  ଅଗ୍ରାଧିକାର ଦେବା ପାଇଁ ଅଗ୍ରଣୀ ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଆରମ୍ଭ କରାଯାଇଛି ‘ଓପିନିଅନ ଓଡ଼ିଶା’।

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗୁରୁବାର ଦିନ ରାଜକିଶୋର ଦାସ ଓ ସୁବାସ ଚୌହାନ ବିଜେପି ଛାଡ଼ିବା ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଆମର ପ୍ରଶ୍ନ ଥିଲା – ‘ନିର୍ବାଚନରେ ବିଜେପି ପାଇଁ ଘାଟା ହେବେ କି ସୁବାସ ଚୌହାନ ଓ ରାଜକିଶୋର?’

ଏହି ପ୍ରଶ୍ନର ଉତ୍ତରରେ ଅନେକ ପାଠକ ହଁ ବୋଲି ଦର୍ଶାଇଥିବା ବେଳେ ଆଉ କିଛି ନା କହିଛନ୍ତିା ତେବେ ଅଧିକାଂଶ ପାଠକ କହିଛନ୍ତି ’କୌଣସି ଘାଟା ହେବନି’।

ଏହି ଅଭିଯାନରେ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍ ପେଜ୍ www.facebook.com/odishalive ରେ ଆମେ ଉଠାଉଛୁ ପ୍ରଶ୍ନ, ଆପଣମାନେ କମେଣ୍ଟ ବକ୍ସରେ ଦେଉଛନ୍ତି ଉତ୍ତର।

ଏହି ଜନମତ ଅଭିଯାନରେ ସକ୍ରିୟ ରହି ଆପଣ ମୂଲ୍ୟବାନ ମତାମତ ଦେବାକୁ ‘ଓଡ଼ିଶାଲାଇଭ୍‌’ ଟିମ୍‌ ପକ୍ଷରୁ ଆହ୍ୱାନ କରାଯାଉଛି।

LEAVE A REPLY

Please enter your comment!
Please enter your name here