ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ପହିଲାଠାରୁ ଦେଶରେ କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ୍‌ (ସିଏନ୍‌ଜି) ମହଙ୍ଗା ହେବାକୁ ଯାଉଛି। ଖୁବ୍‌ଶୀଘ୍ର ପ୍ରାକୃତିକ ବାଷ୍ପ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିବାକୁ ଯାଉଛି। ଯାହାଫଳରେ ସିଏନ୍‌ଜି ଓ ପାଇପ୍‌ଯୋଗେ ଯୋଗାଣ କରାଯାଉଥିବା ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ହେବ। ଏଥିପାଇଁ ୟୁରିଆ ସାର ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ହେବ।

ଅଟୋରେ ବ୍ୟବହାର ହେଉଥିବା ସିଏନ୍‌ଜି ଗ୍ୟାସ ମୂଲ୍ୟ ବଢ଼ିଯିବ। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ।

ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘରୋଇ ପ୍ରାକୃତିକ ବାଷ୍ପ ମୂଲ୍ୟ ୩.୬୯ ନିୟୁତ ଡଲାର ବ୍ରିଟିସ୍‌ ଥର୍ମାଲ ୟୁନିଟ୍‌କୁ ବୃଦ୍ଧି ଘଟିବାକୁ ଯାଉଛି। ପୂର୍ବ ୬ମାସରେ ଏହାର ମୂଲ୍ୟ ୩.୩୬ ଡଲାର ଥିଲା। ପ୍ରାକୃତିକ ବାଷ୍ପ ମୂଲ୍ୟରେ ୪ର୍ଥ ଥର ପାଇଁ ଏହି ବୃଦ୍ଧି ହେବ।

ଏପ୍ରିଲ ପହିଲା ଏବଂ ଅକ୍ଟୋବର ପହିଲାରେ ପ୍ରାକୃତିକ ଗ୍ୟାସ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ।

Comment