ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ଦୁଇଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ କିଛି ସହରରେ ତାପମାତ୍ରା ୨ରୁ୩ଡିଗ୍ରୀ ବଢ଼ିବ। ଏହା ସହିତ ଏହି ସମୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ।

ଶୁକ୍ରବାର ମାଲକାନଗିରିରେ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ କରାଯାଇଥିଲା ଯାହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା। ସେହିପରି ଅନୁଗୋଳରେ ୩୯.୧, ଭବାନୀପାଟଣା ୩୮.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

ପାଣିପାଗ ବିଭାଗର ସୂଚନାନୁସାରେ ୩୦ ଏବଂ ୩୧ ଉପକୂଳର କିଛି ଜିଲ୍ଲାରେ ଘଡଘଡ଼ି ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।

Comment