ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

୨୦୧୯ ନିର୍ବାଚନରେ କାହିଁକି ଧର୍ମେନ୍ଦ୍ର ନିର୍ବାଚନ ଲଢ଼ୁନାହାନ୍ତି ପ୍ରଶ୍ନ କରିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ଯାହାର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, “ବିଜେଡି ଭୟଭୀତ ଓ ସେ ପ୍ରଥମେ ନିଜ ଘର ସମ୍ଭାଳନ୍ତୁ।”

ରବିବାର ଗଣମାଧ୍ୟମ ଆଗରେ ଆହ୍ୱାନ ରଖିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସେ କହିଥିଲେ, ”ଅସଲ ଯୁଦ୍ଧ ବେଳେ ସାମ୍ନାରୁ ଲଢ଼େଇ ନକରି ‘ବ୍ୟାକଡୋର’ରେ ପସିବା ହେଉଛି ଧର୍ମେନ୍ଦ୍ରଙ୍କ ଅଭ୍ୟାସ। ଯଦି ସାହାସ ଅଛି ସେ ଘୋଷଣା କରନ୍ତୁ ଯେ ସେ ଓଡ଼ିଶାର କେଉଁ ଆସନରୁ ଲଢ଼ିବାକୁ ଯାଉଛନ୍ତି। ତାହା ନହେଲେ ତାଙ୍କ ଭିତରେ ଯେ ଭୟ ଘାରିଛି ଏ କଥା ସ୍ପଷ୍ଟ ହୋଇଯିବ”

ସସ୍ମିତ ଆହୁରି କହିଛନ୍ତି ଯେ, ଅତୀତରେ ୨୦୦୦ ଓ ୨୦୦୪ରେ ନବୀନବାବୁଙ୍କ ହାତ ଧରି ଧର୍ମେନ୍ଦ୍ର ନିର୍ବାଚନୀ ନଦୀ ପାର ହୋଇଥିଲେ। ୨୦୦୦ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରେ ସେ ସାଂସଦ ହୋଇଥିଲେ। ତେବେ ୨୦୦୯ରେ ବିଜେଡି ତାଙ୍କ ଦଳର ହାତ ଛାଡ଼ିଦେବା ପରେ ଧର୍ମେନ୍ଦ୍ର ଆଉ ସେ ସାହସ କରିପାରିନଥିଲେ।

ଏଥିରୁ ଗୋଟିଏ କଥା ଲାଗୁଛି କି ବିଜେଡି ବିଜେପି ପରସ୍ପର ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରଖିଛନ୍ତି। ଏହାରି ଭିତରେ ଦେଖିବାକୁ ରହିଲା ଯେ ବାକି ଯେଉଁ କେତୋଟି ଆସନ ଲାଗି ବିଜେପି ପ୍ରାର୍ଥୀ ଦେଇନାହିଁ ସେଥିରେ ଧର୍ମେନ୍ଦ୍ରଙ୍କ ନାଁ ଆସୁଛି କି ନାହିଁ।

LEAVE A REPLY

Please enter your comment!
Please enter your name here