ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ‘ବେଷ୍ଟ୍ ଟିଚର’ ଭାବେ ମନୋନୀତ ହୋଇଛନ୍ତି କେନିଆର ପିଟର ତାବିଚି। ସେ କେନିଆର ଏକ ହାଇ ସ୍କୁଲରେ ଗଣିତ ଏବଂ ପଦାର୍ଥ ବିଜ୍ଞାନ ପଢ଼ାଉଛନ୍ତି। ପିଟରଙ୍କୁ ୨୦୧୯ ବର୍ଷର ଗ୍ଲୋବାଲ ଟିଚର ପୁରସ୍କାରରେ ସମ୍ମାନିତ କରାଯାଇଛି। ହଲିଉଡ ଷ୍ଟାର ହ୍ୟୁଗ୍ ଜ୍ୟାକମ୍ୟାନ୍ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ରୂପେ ତାଙ୍କୁ ୧ ମିଲିୟନ ଡଲାର ମିଳିଛି। ଯାହାର ଭରତୀୟ ମୂଲ୍ୟ ୬ କୋଟି ଟଙ୍କା ହେବ।

ପିଟର ନିଜର ଦରମାର ୮୦ ପ୍ରତିଶତ ଅଂଶ ଗରିବ ପିଲାଙ୍କ ପାଠପଢ଼ାରେ ଦାନ କରିଦିଅନ୍ତି। କୌଣସ ଉଚ୍ଚସ୍ତରୀୟ ସ୍କୁଲ ନୁହେଁ ଏକ ଗ୍ରାମୀଣ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଟର। ଏହି ଗାଁଟି ସହର ଠାରୁ ବହୁ ଦୂରରେ ଅବସ୍ଥିତ। କେନିଆର ଯେଉଁ ସ୍କୁଲରେ ପିଟର ପାଠ ପଢ଼ାଉଛନ୍ତି ସେଠାକାର ୯୫ ପ୍ରତିଶତ ପିଲା ଗରିବ ଶ୍ରେଣୀର। ବହୁ ଅନାଥ ପିଲା ଏହି ସ୍କୁଲରେ ପାଠ ପଢୁଛନ୍ତି। ପିଲାଙ୍କ ପାଇଁ ପିଟର ହିଁ ଏକମାତ୍ର ଭରସା।

ଗ୍ଲୋବାଲ ବେଷ୍ଟ ଟିଚର ପୁରସ୍କାର ବାର୍କି ଫାଉଣ୍ଡେସନ ଦ୍ୱାରା ଦିଆଯାଇଥାଏ । ଏଥିପାଇଁ ୧୭୯ଟି ଦେଶର ୧୦ ହଜାର ଶିକ୍ଷକ ଆବେଦନ କରିଛନ୍ତି। କିନ୍ତୁ ଏଥିରେ ପିଟର ହିଁ ବାଜି ମାରି ନେଇଥିଲେ।









