ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସହିତ୍ୟିକ ଭାଗିରଥି ପାତ୍ରଙ୍କ ୮୦ ତମ ଜୟନ୍ତୀ ସମାରୋହ ପାଳିତ। ଏହି ଅବସରରେ ଗାଳ୍ପିକ ଚିନ୍ତାମଣି ବେହେରାଙ୍କୁ ଭାଗିରଥି ସମ୍ମାନ ପ୍ରଦାନ କରାଯାଇଛି।

ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲରେ ସହିତ୍ୟକ ଭାଗିରଥି ପାତ୍ରଙ୍କ ୮୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡେମୀ ଏବଂ ଭାଗିରଥି ସ୍ମୃତି ସଂସଦର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଗାଳ୍ପିକ ଚିନ୍ତାମଣି ବେହେରାଙ୍କୁ ଭାଗିରଥି ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ସରକାରଙ୍କ ଉପ-ଲୋକୟୁକ୍ତ ସୁଶୀଲ କୁମାର ପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲା ଜଜ୍‌ ଅଶୋକ କୁମାର ପଣ୍ଡା ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ନବରଙ୍ଗପୁର ଆଇନଜୀବୀ ସଂଘର ସଭାପତି ନରସିଂହ ନାଥ ତ୍ରିପାଠୀ, ସମାଜସେବୀ ଜଗନ୍ନାଥ ମହାପାତ୍ର, କବି ନାରାୟଣ ପଣ୍ଡା, ଗାଳ୍ପିକ ଚିନ୍ତାମଣି ବେହେରା ଏବଂ ବିଜୟ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଗାଳ୍ପିକ ଚିନ୍ତାମଣି ବେହେରାଙ୍କୁ ଭାଗିରଥି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ନବକିଶୋର ପଣ୍ଡାଙ୍କୁ ବିଶିଷ୍ଠ କଳାକାର ଭାବେ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମରେଶ ଗନ୍ତ।ୟତ ପ୍ରାରମ୍ଭିକ ସୂଚନା ଓ ଅଶୋକ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମକୁ ସାହିତ୍ୟ ଏକାଡେମୀର ସଦସ୍ୟ ବୁଲୁ ହୋତା ଅଧ୍ୟକ୍ଷତା କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ର ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଠ ଆଇନଜୀବୀ ଝାଡେଶ୍ୱର ଖ।ଡଙ୍ଗା, ଏନ ଅହମ୍ମଦ, ସମରେଶ ଗନ୍ତ।ୟତ, ରବୀନ୍ଦ୍ର କୁମାର ପାଢୀ, ଦୁର୍ଗା ପାଢ଼ୀ, ଅଖିଳ ଭଟ୍ଟ, ଓଁକାର ପଟ୍ଟନାୟକ, ରାକେଶ ଗୁପ୍ତା, ହୃଷିକେଶ ଦାସ, ଦାମୋଦର ତ୍ରିପାଠୀ, ସ୍ୱପ୍ନା ରାଣୀ ତ୍ରିପାଠୀ, ରେଣୁକା ଆଚାର୍ଯ୍ୟ, ନିରଞ୍ଜନ ମିଶ୍ର, ଜଗଦୀଶ ତ୍ରିପାଠୀ, ଜଗନ୍ନାଥ ରାଓ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

Comment