ଓଡ଼ିଶାଲାଇଭ୍ ବ୍ୟୁରୋ

ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଏଣିକି ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଦୁରାରୋଗରେ ପୀଡ଼ିତ ରୋଗୀଙ୍କ ପାଖରେ ପହଞ୍ଚିବ ସ୍ଵାସ୍ଥ୍ୟସେବା। ଏଥିପାଇଁ ଆରମ୍ଭ ହୋଇଛି ମୁଖ୍ୟମନନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା। ନବରଙ୍ଗପୁର ଜିଲ୍ଲାର ଦୁରାରୋଗରେ ପୀଡ଼ିତ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ଟିମ ଫେରିଛନ୍ତି।

୪ ଦିନ ଧରି ଚାଲିଥିବା ଏହି ସ୍ଵାସ୍ଥ୍ୟ ସେବାରେ ରାଜ୍ୟର ବଛା ବଛା ବିଶେଷଜ୍ଞ ଡାକ୍ତର ନିୟୋଜିତ ହୋଇ ରୋଗୀଙ୍କ ସେବା କରିଥିଲେ। ଫେବ୍ରୁଆରି ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବିଶେଷଜ୍ଞ ଡାକ୍ତରମାନେ ନବରଙ୍ଗପୁରରେ ପହଞ୍ଚି ରୋଗୀ ସେବା କରି ଫେରିଛନ୍ତି।

ପ୍ରଥମ ଦିନରେ ପଞ୍ଜିକୃତ ହୋଇଥିବା ୧୭୯ ରୋଗୀଙ୍କର ଚିକିତ୍ସା କରାଯାଇଥିବାବେଳେ ଦ୍ଵିତୀୟ ଦିନରେ ୩୪୧ ଜଣ, ତୃତୀୟ ଦିନରେ ୩୦୯ ଜଣ ଏବଂ ଶେଷ ଦିନରେ ୪୭ ଜଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ୪ ଦିନ ମଧ୍ୟରେ ମୋଟ ୮୫୦ ଜଣ ରୋଗୀଙ୍କର ଚିକିତ୍ସା କରାଯାଇଥିବା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳି ପ୍ରସାଦ ବେହେରା ସୂଚନା ଦେଇଛନ୍ତି।

Tags: #HealthCare #MukhyamantriBayuSwasthyaSeva #Nabarangpur #Doctor #Treatment

LEAVE A REPLY

Please enter your comment!
Please enter your name here