ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାରଳାଖେମୁଣ୍ଡିରୁ ନବୀନ ସରକାରଙ୍କୁ ଟାର୍ଗେଟ କଲେ ଅମିତ ଶାହା

‘‘ବହୁତ ହୋଇଗଲା। ୧୯ ବର୍ଷ ହେଲା ଗୋଟିଏ ସ୍ଥାଣୁ ଓ ଅପାରଗ ସରକାରର ଅତ୍ୟାଚାରକୁ ସହି ଆସିଲେଣି ଓଡ଼ିଶାବାସୀ। ଚଳିତ ନିର୍ବାଚନ  ଦେଶ ଏବଂ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ। କେନ୍ଦ୍ରରେ ମୋଦିଙ୍କ ସରକାର ହେବା ନିଶ୍ଚିତ। ଓଡ଼ିଶାରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ହେବା ଦରକାର ଯିଏ ଆପଣଙ୍କ ଭାଷା, ଦୁଃଖ, କଷ୍ଟକୁ ବୁଝିପାରିବ’’,  ପାରଳାଖେମୁଣ୍ଡିରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା

ପାରଳାଖେମୁଣ୍ଡିରେ ବିଜେପିର ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ଅମିତ ଶାହା

ଶାହ କହିଥିଲେ, ‘‘ମୋ’ ପାଇଁ ଆଜି ଏକ ସୌଭାଗ୍ୟର ଦିନା ଏପ୍ରିଲ ୧ରେ ଓଡ଼ିଶା ଆସିଛି। ଆଜିର ଦିନରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। କିନ୍ତୁ ୧୯ ବର୍ଷ ହେଲା ଯିଏ ମୁଖ୍ୟମନ୍ତ୍ରୀ ରହିଛନ୍ତି ସେ ଏ ମାଟିର ଭାଷା କହିପାରୁ ନାହାନ୍ତିା ବହୁତ ହୋଇଗଲା। ନବୀନ ସରକାରଙ୍କୁ ବଦଳାଇ ପଦ୍ମ ଫୁଟାଇବାକୁ ପଡ଼ିବା’’

ବିଜେପି ସରକାର ଆସିଲେ ଓଡିଆ ଯୁବକ ରୋଜଗାର ପାଇଁ ଆଉ ବାହାରକୁ ଯିବେ ନାହିଁ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବହୁତ କାର୍ଯ୍ୟକ୍ରମ ହୋଇଛି ଓଡ଼ିଶାରେ। କିନ୍ତୁ ନବୀନ କେନ୍ଦ୍ର ଯୋଜନାକୁ ଠିକରେ ଓଡ଼ିଶାରେ ଲାଗୁ କରି ନାହାନ୍ତିା ଓଡ଼ିଶାର ଲୋକମାନେ କେନ୍ଦ୍ରୀୟ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରୁ ନାହାନ୍ତି ବୋଲି କହିଥିଲେ ଶାହା

Comment