ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିମେଶ ରେସମିୟାଁ ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ହେଲେ ଏହି କିଛି ଦିନ ହେବ ତାଙ୍କର କୌଣସି ଗୀତ ରିଲିଜ ହୋଇନାହିଁ। ଏବେ ଏକ ସାଙ୍ଗରେ ୪ଟି ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ଏହି ପ୍ରୋଜେକ୍ଟରେ ସେ ସିଙ୍ଗର ଭାବେ ନହେଁ, ଅଭିନେତା ଭାବେ ନଜର ଆସିବେ।

ଆର୍ମି ଅଫିସର ବିଷ୍ଣୁ ଶ୍ରେଷ୍ଠଙ୍କ ବାୟୋପିକ ହିମେଶ ରେସମିୟାଁ ନିର୍ମାଣ କରିବେ।

ଏଥିସହିତ ହିମେଶଙ୍କ ପୁରୁଣା ଫିଲ୍ମ ‘ଏକ୍ସପୋଜ’ର ସିକୱେଲରେ ଅଭିନୟ କରିବେ। ଏହି ଫିଲ୍ମର ଟାଇଟଲ ‘ଦ ଏକ୍ସପୋଜ ରିଟର୍ଣ୍ଣ’ ରହିବ। ଏଥିସହିତ ସେ ଏକ ରିଆଲିଟ ସୋ’ରେ ବି ଜଜ୍‌ ଭୂମିକାରେ ନଜର ଆସିବେ।

ହିମେଶ ତାଙ୍କ ଅଭିନୟ କ୍ୟାରିୟର ‘ଆପ୍‌କା ସୁରୁର୍‌’ ଫିଲ୍ମରୁ ଅଭିନୟ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ତାଢ଼ଙ୍କ ମ୍ୟୁଜିକାଲ କ୍ୟାରିୟର ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here