ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟାନାୟକ କଡ଼ା ସମାଲୋଚନା କରିଛନ୍ତି। ତ୍ରିପୁରା ଭଳି ଓଡ଼ିଶାରେ ଫଳାଫଳ ହେବ ରବିବାର ନରେନ୍ଦ୍ର ମୋଦି ନିଜ ପ୍ରତିକ୍ରିୟା ରଖିଥିଲେ। ତେବେ ନବୀନ ଏହାର କଡ଼ା ଜବାବ ଦେଇଛନ୍ତି। ତ୍ରିପୁରା ଫର୍ମୁଲା ଓଡ଼ିଶାରେ କାମ ଦେବନି ବୋଲି ନବୀନ କହିଛନ୍ତି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି,“ ଆପଣମାନେ ଦେଖିବେ, ଆସନ୍ତା ସାଧାରଣ ନିର୍ବାଚନରେ ଆମେ ଭଲ ପ୍ରଦର୍ଶନ କରିବୁ। ଓଡ଼ିଶାରେ ତ୍ରିପୁରା ସମୀକରଣ କାମ ଦେବନି”
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରତିକ୍ରିୟାରେ କହିଥିଲେ କି, ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ବହୁମତ ସହ ବିଜୟ। ନରେନ୍ଦ୍ର ମୋଦି କହିଥିଲେ, ଆଗାମୀ ଦିନରେ ଓଡ଼ିଶା ଦ୍ୱିତୀୟ ତ୍ରିପୁରା ହେବ। ତ୍ରୀପୁରାରେ ବିଜେପି ଦୀର୍ଘ ୨୫ ବର୍ଷର ବାମ ମୋର୍ଚ୍ଚା ସରକାରକୁ ଭାଙ୍ଗି ବହୁମତ ସହ ବିଜୟ ହୋଇଥିଲା। ବର୍ତ୍ତମାନ ଓଡ଼ିଶାରେ ତ୍ରିପୁରା ଭଳି ସମୀକରଣ ଦେଖାଯିବ।
ମୋଦିଙ୍କ ପ୍ରତିକ୍ରିୟାରେ ବିଜେଡି ସୁପ୍ରିମୋ କଡ଼ା ଜବାବ ଦେଇଛନ୍ତି। ନବୀନ କହିଛନ୍ତି ଓଡ଼ିଶାରେ ତ୍ରିପୁରା ଫର୍ମୁଲା କାମ ଦେବନି। ଆଗାମୀ ନର୍ବାଚନରେ ଓଡ଼ିଶାରେ ବିଜେଡି ବହୁମାତ୍ରାରେ ଜନମତ ପାଇ ବିଜୟ ଲାଭ କରିବ।


















