ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଙ୍ଗଳବାର ଲୋକନାଥ ମନ୍ଦିର ଦର୍ଶନ କରିଛନ୍ତି। ମଙ୍ଗଳବାର ପ୍ରଚାର ଆରମ୍ଭ କରିବା ପୂର୍ବରୁ ସମ୍ବିତ ଲୋକନାଥ ମନ୍ଦିର ଯାଇଥିଲେ , ସେଠାରେ କିଛି ସମୟ ପୂର୍ଜାଅର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଥିଲେ।

ଏହି ସମୟରେ ସେ ମନ୍ଦିର ପୂଜକଙ୍କ ମାନଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରରେ ଯାହା ବି ସମସ୍ୟା ଅଛି ସେ ବାବଦରେ ଆଲୋଚନା ହୋଇଥିଲା।

ପୂଜକ ମାନେ କହିଛନ୍ତି, “ଯଦି ନିର୍ବାଚନରେ ସମ୍ବିତ ବିଜୟୀ ହୁଅନ୍ତି ତେବେ ମନ୍ଦିର ଓ ପୁରୀ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ସେମାନେ ତାଙ୍କୁ କହିବେ।”

ପୁରୀ ଲୋକସଭା ଆସନଲାଗି ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପିନାକୀ ମିଶ୍ର ଓ କଂଗ୍ରେସ ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

ଏପ୍ରିଲ ୨୩ରେ ପୁରୀରେ ନିର୍ବାଚନ ହେବାକୁଥିବା ବେଳେ କାହା ସପକ୍ଷରେ ଜନମତ ଯିବ ସେ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା।

Comment