ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନିର୍ବାଚନ ତାରିଖ ଯେତିକି ପାଖଉଛି, ରାଜ୍ୟ ରାଜନୀତି ସେତିକି ସେତିକି ଉଷ୍ମ ହେବାରେ ଲାଗିଛି। ନବୀନ ନିବାସରେ ନେତା ଓ କର୍ମୀଙ୍କ ଗହଳି।

‘ଏଭ୍ରି ଇଲେକସନ୍‌ ଇଜ୍‌ ଟଫ୍‌’ ଆଜି ନବୀନ ପଟ୍ଟନାୟକ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସବୁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଅର୍ଥାତ ବିଜେଡି ଲାଗି ୨୦୧୯ ନିର୍ବାଚନ ବି  ଗୁରୁତ୍ୱପୂର୍ଣ୍ଣ। ସବୁ ନିର୍ବାଚନ ଯେ କଠିନ ଏକଥା ଆଜି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଗତ ୨୦ବର୍ଷ ହେବ ନିର୍ବାଚନୀ ବୈତରଣୀକୁ ଅତି ଅକ୍ଲେଷରେ ପାର ହୋଇଥିବା ନବୀନ ଆଜି କହିଛନ୍ତି ଯେ ‘ଏଭ୍ରି ଇଲେକସନ୍‌ ଇଜ୍‌ ଟଫ୍‌’।

୨୦୧୯ ନିର୍ବାଚନ ସବୁ ରାଜନୈତିକ ଦଳ ଲାଗି ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ। ତେବେ ବିଜେଡି ସଭାପତିଙ୍କ ଏହି ପ୍ରତିକ୍ରିୟା ପରେ ଲାଗୁଛି ସମ୍ଭବତଃ ଦଳ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ପ୍ରତିଦ୍ୱନ୍ଦ୍ୱିତାର ମୁକାବିଲା କରିବାକୁ ଯାଉଛି।

ବିଜେପିର ହେଭିୱେଟ ନିର୍ବାଚନୀ ପ୍ରଚାର ଲାଗି ବାରମ୍ବାର ଓଡ଼ିଶା ଆସୁଛନ୍ତି। ଯାହାକୁ ନବୀନ ଅତି ହାଲକା ଭାବେ କହିଛନ୍ତି ନିର୍ବାଚନ ବେଳେ ଏସବୁ ଘଟେ। ଏହା ସହିତ ନବୀନ କହିଛନ୍ତି, ‘ରେଜଲ୍ଟକୁ ଅପେକ୍ଷା କର।’

Comment