ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଅନେକ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କନ୍ତଳବାଇ ଗାଁରେ ରାଜନୈତିକ ହିଂସାରୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ଗୁଳିମାଡ଼ରେ ଦୁଇଜଣ ଆହତ ହୋଇଛନ୍ତି।
ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ଉତ୍ତେଜନାକୁ ଦୃଷ୍ଟିରେ ରଖି ଉକ୍ତଗାଁ ପୋଲିସ ମୁତୟନ କରାଯାଇଛି।
ତେବେ ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହା ରାଜନୈତିକ ହିଂସାରୁ ହୋଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ଟାଙ୍ଗୀ ଜିଲ୍ଲାରେ ହିଂସା ଦେଖିବାକୁ ମିଳିଥିଲା। ନିର୍ବାଚନ ପୂର୍ବରୁ ଏଭଳି ହିଂସାକାଣ୍ଡ ନିଶ୍ଚିତ ଭାବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।


















