ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ରୋଷେଇରେ ଧନିଆକୁ ମସଲା ଭାବେ ବ୍ୟବହାର କରାଯାଇଥାଏ। ତେବେ ଏହାର ଔଷଧୀୟ ଗୁଣ ବି କିଛି କମ୍ ନୁହେଁ। ମୁହଁରେ ବ୍ରଣ, କଳାଦାଗ, କୁଣ୍ଡିଆ ଏବଂ ପେଟ ସମ୍ବନ୍ଧୀୟ ରୋଗ ପାଇଁ ଏହା ଖୁବ୍ ଉପକାରୀ।

ଧନିଆ ପତ୍ରର ରସକୁ କୁଳି କରିବା ଦ୍ୱାରା ଗଳା ଏବଂ ମୁଖ ରୋଗରୁ ରକ୍ଷା ମିଳେ।

ଥାଇରଏଡ ସମ୍ବନ୍ଧୀୟ ରୋଗ ହୋଇଥିଲେ ଔଷଧ ସହିତ ପ୍ରତିଦିନ ଧନିଆପତ୍ରର ଚଟଣି ଲୁଣ ଏବଂ ଲଙ୍କା ବିନା ସେବନ କଲେ ଲାଭପ୍ରଦ ହୋଇଥାଏ।

ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଧନିଆ ଖୁବ୍ ଭଲ।

ଧନିଆ ସହିତ ଗୁଣ୍ଡ ମିଶ୍ରି ମିଶାଇ ସେବନ କଲେ ଖରାଦିନେ ହେଉଥିବା ପେଟ କଟାରୁ ଉପଶମ ମିଳିବ।

ଭିଟାମିନ୍ ଏ’ରେ ଭରପୁର ଧନିଆର ଚଟଣି। ତରକାରୀ ସହିତ ଖାଇବା ଦ୍ୱାରା ଆଖି ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ। ଏହାକୁ ଚାଉଳ ସହିତ ବାଟି ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

ଧନିଆକୁ ବାଟି ପାଣିରେ ସିଝାଇ ପାଣିକୁ ଥଣ୍ଡାକରି କପଡ଼ାରେ ଛାଣି ଆଖିରେ ପକାଇବା ଦ୍ୱାରା ଆଖିଧରା ଓ ଆଖିକୁଣ୍ଡାଇ ହେବାରୁ ରକ୍ଷା ମିଳେ।

ଦୁଇ ଚାମଚ ଧନିଆଗୁଣ୍ଡ, ୫ଟି ତୁଳସୀପତ୍ର, ଅଳ୍ପ ଅଦା ଓ ଗୋଲମରିଚ ୪ଟିକୁ ମିଶାଇ ବାଟି ଚାରେ ପକାଇ ତିନି ଚାରିଥର ପିଇଲେ ଦେହବିନ୍ଧା, ଥଣ୍ଡାଜ୍ୱର କମିଥାଏ।

ଧନିଆର ପତ୍ର ଚୋବାଇବା ଦ୍ୱାରା ପାଟି ଭିତରେ ହୋଇଥିବା ଖଣ୍ଡିଆ ଭଲ ହୋଇଥାଏ।

ଧନିଆ ଓ ଅଁଳା ଗୁଣ୍ଡ ରାତିରେ ବତୁରାଇ ସକାଳେ ବାଟି ପିଇବା ଦ୍ୱାରା ପରିସ୍ରାଜନିତ ରୋଗରୁ ଉପଶମ ମିଳେ।

ଗର୍ଭବତୀ ମହିଳା ଧନିଆ ରସ ସହିତ ମିଶ୍ରି ମିଶାଇ ପିଇଲେ ବାନ୍ତି ଦୂର ହୋଇଥାଏ।

ଆଣ୍ଠୁରେ ଧନିଆ ତେଲ ମାଲିସ କରିବା ଦ୍ୱାରା ଗଣ୍ଠିବଥା ଦୂର ହୁଏ।

ଶୁଖିଲା ଧନିଆକୁ ବାଟି ତା’ର ଚୂନାକୁ ଏକ ଚାମଚ ପାଣିରେ ସକାଳେ ଏବଂ ସନ୍ଧ୍ୟାରେ କିଛି ଦିନ ସେବନ କରିବା ଦ୍ୱାରା ଧାତୁ ପତନ ଓ ସ୍ୱପ୍ନଦୋଷ ଆଦିରୁ ଆରୋଗ୍ୟ ମିଳିଥାଏ।

ଧନିଆଗୁଣ୍ଡକୁ ହଳଦୀ ସହିତ ମିଶାଇ ଏହାର ଲେପ କରି ମୁହଁରେ ଲଗାଇଲେ ମୁହଁ ନରମ, କୋମଳ ଓ ସଫା ହୋଇଥାଏ।

ଧନିଆ ସହ ପୁଦିନାପତ୍ର ମିଶାଇ ଚଟଣି କରି ଖାଇଲେ ଥକାପଣ ଦୂର ହେବାସହ ଭଲ ନିଦ ହୁଏ।

LEAVE A REPLY

Please enter your comment!
Please enter your name here