ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ଏକ ସପ୍ତାହ ରହିଛି। ରାଜନୈତିକ ଦଳଗୁଡ଼ିକ ଏଥିପାଇଁ ପ୍ରଚାର ଜୋର କରିଲେଣି। ଏହି ମଧ୍ୟରେ ଖବର ଆସୁଛି ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏପ୍ରିଲ ୭ରେ ଇସ୍ତାହାର ପତ୍ର ଘୋଷଣା କରିବ।

ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପି ଇସ୍ତାହାର ଘୋଷଣା କରିବ।

ବିଜେପିର ଇସ୍ତାହାର ପତ୍ର ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପିର ଇସ୍ତାହାରରେ କ’ଣ ରହିବ? ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ବିଜେପିର ଇସ୍ତାହାର ପତ୍ର ଘୋଷଣାରେ ବିଳମ୍ବ ନେଇ ବିରୋଧୀ ପ୍ରଶ୍ନ ଉଠାଇ ଆସୁଛନ୍ତି। ଏହାପୂର୍ବରୁ କଂଗ୍ରେସ ଏପ୍ରିଲ ୨ରେ ଇସ୍ତାହାର ପତ୍ର ଘୋଷଣା କରିସାରିଛି।

LEAVE A REPLY

Please enter your comment!
Please enter your name here