ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସାରାଦେଶର ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଶାରେ ୪ଟି ପର୍ଯ୍ୟାୟନରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ନିର୍ବାଚନ ହେବ।
ପ୍ରଥମ ପର୍ଯାୟ ନିର୍ବଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ସମସ୍ଥ ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପୁରୀ ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ହୋଇଛନ୍ତି ସମ୍ବିତ ପାତ୍ର।
ସମ୍ବିତଙ୍କୁ ବିଜେପି ପ୍ରାର୍ଥୀ କରିବା ପରଠୁ ସେ ପୁରୀ ଲୋକସଭା ଅଧୀନରେ ଆସୁଥିବା ସବୁ ବ୍ଲକ ସବୁ ଗାଁକୁ ଗସ୍ତ କରୁଛନ୍ତି। ଲୋକଙ୍କ ସମସ୍ୟା ବାବଦରେ ବୁଝୁଛନ୍ତି।
ଶନିବାର ସତ୍ୟବାଦୀ ଅନ୍ତର୍ଗତ ବକୁ ଗାଁରେ ଥିବା ପୋଖରୀରେ ଗାଧୋଇ ସେ ତାଙ୍କ ପ୍ରଚାର ଆରମ୍ଭ କରିଥିଲେ। ଏହା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବିତ କହିଛନ୍ତି, “ଏହା ହେଉଛି ସେହି ପୋଖରୀ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରକ ଥିବା ବେଳେ ଗାଧୋଇଥିଲେ। ପୁରୀର ସ୍ୱାଭିମାନ ଲାଗି ଲଢ଼େଇ ଲଢ଼ିବାକୁ ମୁଁ ଆଜି ସେହି ପୋଖରୀରେ ସ୍ନାନ କରି ବାହାରିଛି।”
ସମ୍ବିତ ତାଙ୍କ ପ୍ରଚାର ଜୋର କରିଥିବା ବେଳେ ବିଜେଡ଼ିରେ ପ୍ରାର୍ଥୀ କରିଛି ପିନାକୀ ମିଶ୍ରଙ୍କୁ। ତେବେ ପୁରୀବାସୀଙ୍କ ଜନମତ କାହା ସପକ୍ଷରେ ଯାଉଛି ତାହା ଦେଖିବାକୁ ବାକି ରହିଲା।


















